କଟକ: ଓସିଏରେ ବସିଲା ଆପେକ୍ସ କାଉନ୍ସିଲ ବୈଠକ। ଭର୍ଚୁଆଲ ଜରିଆରେ ଏହି ବୈଠକ ଅନୁଷ୍ଠିତ ହୋଇଛି । ପ୍ରଥମେ କୋଭିଡରେ ପ୍ରାଣ ହରାଇଥିବା ଅନେକ ଷ୍ଟାର ଅଫିସିଆଲ ଓ କ୍ରିକେଟର ମାନଙ୍କ ପାଇଁ ପାର୍ଥନା କରାଯାଇଥିଲା ।

ଏହାପରେ ବିସିସିଆଇ ଓ ରାଜ୍ୟ ସରକାରଙ୍କ କୋଭିଡ କଟକଟଣା ମଧ୍ୟରେ କିପରି ଖେଳ ଆରମ୍ଭ କରି ହେବ ତାହା ଉପରେ ହୋଇଥିଲା ଗୁରୁତ୍ବପୂର୍ଣ୍ଣ ଆଲୋଚନା । ଏହାସହ ଓସିଏର ୱେବସାଇଟ ଲଞ୍ଚ କରିଥିଲେ ସମ୍ପାଦକ ସଞ୍ଜୟ ବେହେରା । ଏହାଛଡା ବାରବାଟୀ ଷ୍ଟାଡିଅମରେ ଖେଳାଳି ଓ ଅଫିସିଆଲ ମାନଙ୍କୁ କିପରି ଟୀକାକରଣ କରାଯିବ ସେନେଇ ରାଜ୍ୟ ସରକାରଙ୍କୁ ଅପିଲ କରିବାକୁ ମଧ୍ୟ ଏହି ବୈଠକରେ ନିଷ୍ପତି ହୋଇଛି । ତେବେ ଏହି ବୈଠକର ଓସିଏ କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ