କଟକ: ହାଇକୋର୍ଟରେ ବର୍ଷା ଅନୁଭବ ବିବାଦ ମାମଲା । ହାଇକୋର୍ଟରେ ସାଂସଦ ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀଙ୍କ ମାମଲା । ଘୁଞ୍ଚିଲା ଦାୟର ହୋଇଥିବା ମାମଲାର ଶୁଣାଣି । ଗଣମାଧ୍ୟମ ଏବଂ ସାମାଜିକ ଗଣମାଧ୍ୟମରେ ଅନୁଭବ ମହାନ୍ତିଙ୍କ ପ୍ରତିକ୍ରିୟା ବିରୋଧରେ ବର୍ଷା ଏହି ମାମଲା ଦାୟର କରିଥିଲେ । ମାମଲାର ପ୍ରାରମ୍ଭିକ ଶୁଣାଣିରେ ହାଇକୋର୍ଟ ଉଭୟଙ୍କୁ ତାଗିଦ କରିବା ସହ ପରସ୍ପର ବିରୋଧରେ ଗଣମାଧ୍ୟମ କିମ୍ବା ସାମାଜିକ ଗଣମାଧ୍ୟମରେ ମନ୍ତବ୍ୟ ଦେବାକୁ ଅଙ୍କୁଶ ଜାରି କରିଥିଲେ ।
ଦୀର୍ଘ ଦିନ ପରେ ସମ୍ପୃକ୍ତ ମାମଲାର ଶୁଣାଣି ହୋଇପାରୁନାହିଁ । ଗଣମାଧ୍ୟମରେ ମନ୍ତବ୍ୟ ବାରଣ ଯୋଗୁଁ ତାଙ୍କର ସାମ୍ବିଧାନିକ ଅଧିକାର କ୍ଷୁର୍ଣ୍ଣ ହେଉଛି ବୋଲି ଅନୁଭବଙ୍କ ପକ୍ଷରୁ କୋର୍ଟଙ୍କୁ କୁହାଯାଇଥିଲା । ଏସବୁକୁ ଦୃଷ୍ଟିରେ ରଖି ମାମଲାର ତ୍ୱରିତ ଶୁଣାଣି ପାଇଁ ଅନୁଭବଙ୍କ ଓକିଲ ପୂଜା ଲୁଥ୍ରା କୋର୍ଟଙ୍କୁ ଅନୁରୋଧ କରିଥିଲେ । ସେହି ଆଧାରରେ ଆସନ୍ତା 4 ତାରିଖ ଅପରାହ୍ନ 2ଟା କୁ ମାମଲାର ଶୁଣାଣି ଧାର୍ଯ୍ୟ କରିଛନ୍ତି କୋର୍ଟ ।
ଇଟିଭି ଭାରତ, କଟକ