କଟକ: ମମିତା ମେହେର ହତ୍ୟା ମାମଲାରେ ହାଇକୋର୍ଟରେ ଆଉ ଏକ ମିସ କେସ ଦାୟର ହୋଇଛି । ଭାରତୀୟ ବିକାଶ ପରିଷଦ ପକ୍ଷରୁ ଏହି ମାମଲାକୁ ନେଇ ପୂର୍ବରୁ ଏକ ଜନସ୍ବାର୍ଥ ମାମଲା ରୁଜୁ ହୋଇଥିବା ବେଳେ ଆଜି(ଗୁରୁବାର) ଏହି ମିସ କେସ ଦାୟର କରାଯାଇଛି ।
ଏଥିରେ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ସହ DIG ପ୍ରତୀକ କୁମାର ଓ ବଲାଙ୍ଗୀର SPଙ୍କୁ ପକ୍ଷଭୁକ୍ତ କରିବା ପାଇଁ ଆବେଦନ କରାଯାଇଛି । ଏହା ସହିତ ଏହି ତିନି ଅଧିକାରୀଙ୍କର ପଲିଗ୍ରାଫ ପରୀକ୍ଷା ପାଇଁ ମଧ୍ୟ ଆବେଦନ ହୋଇଛି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ