ETV Bharat / city

ସମସ୍ତ ମେଡିକାଲରେ ECMO ମେସିନ ବ୍ୟବସ୍ଥା ପାଇଁ ହାଇକୋର୍ଟରେ ମାମଲା - ଭାରତୀୟ ବିକାଶ ପରଷଦ ସଭାପତି

ECMO ମେସିନ୍ ପ୍ରସଙ୍ଗକୁ ନେଇ ହାଇକୋର୍ଟରେ ଆବେଦନ ଦାୟର କଲେ ଭାରତୀୟ ବିକାଶ ପରିଷଦ ସଭାପତି ସୁରେନ୍ଦ୍ର ପାଣିଗ୍ରାହୀ । ଅଧିକ ପଢନ୍ତୁ...

ସବୁ ମେଡିକାଲରେ ECMO ମେସିନ ବ୍ୟବସ୍ଥା କରିବାକୁ ହାଇକୋର୍ଟରେ ମାମଲା

author img

By

Published : Jun 9, 2021, 10:47 AM IST

କଟକ: ECMO ମେସିନ୍ ପ୍ରସଙ୍ଗକୁ ନେଇ ହାଇକୋର୍ଟରେ ପୁଣି ପିଟିସନ ଦାୟର କଲେ ଭାରତୀୟ ବିକାଶ ପରଷଦ ସଭାପତି ସୁରେନ୍ଦ୍ର ପାଣିଗ୍ରାହୀ । ପୂର୍ବରୁ ମଧ୍ୟ ସେ ଏନେଇ ଏକ ମାମଲା ଦାୟର କରିଥିଲେ ।

ଆଜି(ବୁଧବାର) ଦାୟର ହୋଇଥିବା ଏହି ଅନ୍ତରୀଣ ପିଟିସନର ଦର୍ଶାଯାଇଛି ଯେ କୋରୋନା ସଂକ୍ରମଣ ବେଳେ ବିଧାୟକଙ୍କୁ ୫୦ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ସରକାର ଅନୁମତି ଦେଇଥିଲେ । ସମସ୍ତ ବିଧାୟକ ଆଞ୍ଚଳିକ ଉନ୍ନୟନ ପାଣ୍ଠିରୁ ୫୦ ଲକ୍ଷ ଟଙ୍କାର ମାସ୍କ ଓ ଅନ୍ୟାନ୍ୟ ସାମଗ୍ରୀ କିଣି ବାଣ୍ଟି ପାରିବେ ବୋଲି ରାଜ୍ୟ ସରକାର ମେ ୧୭ରେ ଘୋଷଣା କରିଥିଲେ । ଯାହା ସମ୍ପୂର୍ଣ୍ଣ ବେଆଇନ ଏବଂ ଏପରି ନିଷ୍ପତ୍ତି ପ୍ରତ୍ୟାହାର କରାଯାଉ ବୋଲି ଆବେଦନକାରୀ ଦର୍ଶାଇଛନ୍ତି ।

ବିଧାୟକମାନଙ୍କୁ ଘୋଷଣା ଆଧାରରେ ପ୍ରଦାନ କରାଯିବାକୁ ଥିବା ପ୍ରାୟ ସାଢେ ୭୩ କୋଟି ଟଙ୍କାକୁ ରାଜ୍ୟର ବିଭିନ୍ନ ହସ୍ପିଟାଲ ପାଇଁ ECMO ମେସିନ୍ କ୍ରୟ କ୍ଷେତ୍ରରେ ବ୍ୟୟ କରାଯାଉ । ସମସ୍ତ ବଡ ମେଡିକାଲ ସହିତ ଜିଲ୍ଲା ମେଡିକାଲରେ ECMO ମେସିନ୍ ବ୍ୟବସ୍ଥା କରିବା ପାଇଁ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଉ ବୋଲି ଆବେଦନରେ ଉଲ୍ଲେଖ କରାଯାଇଛି । ମାମଲାରେ କେନ୍ଦ୍ର ସରକାର, ମୁଖ୍ୟ ଶାସନ ସଚିବ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସଚିବ, ସ୍ବତନ୍ତ୍ର ରିଲିଫ କମିସନର ପ୍ରମୁଖଙ୍କୁ ପକ୍ଷଭୁକ୍ତ କରାଯାଇଛି।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.