ETV Bharat / city

କଟକ ଜିଲ୍ଲାପାଳଙ୍କ ନାଁରେ ପୁଣି ଆଉ ଏକ ଫେକ ହ୍ବାଟ୍ସଆପ ଆକାଉଣ୍ଟ, ମେସେଜକୁ ଅଣଦେଖା କରିବାକୁ ଚୟିନୀଙ୍କ ନିବେଦନ

author img

By

Published : Jun 27, 2022, 6:34 PM IST

ଆଇନ ବ୍ୟବସ୍ଥାକୁ ସାଇବର ଅପରାଧୀଙ୍କ ଖୋଲା ଚ୍ୟାଲେଞ୍ଜ । କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟିନୀଙ୍କ ନାଁରେ ଆକ୍ଟିଭ ହେଲା ଆଉ ଏକ ଫେକ ହ୍ବାଟ୍ସଆପ ଆକାଉଣ୍ଟ । ଏଥିରୁ ଆମାଜନ ଗିଫ୍ଟକାର୍ଡ ଯୋଗାଡ଼ କରି ତାଙ୍କୁ ପଠାଇବା ପାଇଁ ଲୋକଙ୍କୁ କୁହାଯାଉଛି । ଏଭଳି ମେସେଜ ଅଣଦେଖା କରିବାକୁ ଲୋକଙ୍କୁ ଜିଲ୍ଲାପାଳଙ୍କ ନିବେଦନ । ଅଧିକ ପଢ଼ନ୍ତୁ

ଆଇନ ବ୍ୟବସ୍ଥାକୁ ଖୋଲା ଚ୍ୟାଲେଞ୍ଚ: କଟକ ଜିଲ୍ଲାପାଳଙ୍କ ନାମରେ ଆଉ ଏକ ଫେକ ହ୍ବାଟ୍ସଆପ ଆକାଉଣ୍ଟ

କଟକ: ସାଇବର ଠକଙ୍କ ଯୋଗୁଁ ଅଡୁଆରେ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ । ଆଇନ ବ୍ୟବସ୍ଥାକୁ ସାଇବର ଅପରାଧୀଙ୍କ ଖୋଲା ଚ୍ୟାଲେଞ୍ଜ । ଗୋଟିଏ ଫେକ ହ୍ବାଟ୍ସଆପ ଆକାଉଣ୍ଟ ଖୋଲି ଲୋକମାନଙ୍କୁ ମେସେଜ କରାଯାଉଥିବା ନେଇ ଜିଲ୍ଲାପାଳ ସାଇବର ଥାନାରେ ଅଭିଯୋଗ କରିବାର କିଛି ଘଣ୍ଟା ପରେ ଆକ୍ଟିଭ ହେଲା ଆଉ ଏକ ନମ୍ବର । ଏଭଳି ଅପରାଧ ପାଇଁ ବେନାମୀ ପ୍ରମାଣ ପତ୍ର ଦେଇ ସିମକାର୍ଡ ଆକ୍ଟିଭ କରାଯାଇଥିବା ସନ୍ଦେହ କରିଛି ପୋଲିସ ।

କଟକ ଜିଲ୍ଲାପାଳଙ୍କ ନାଁରେ ଗତକାଲି ଅପରାହ୍ନରୁ ଗୋଟିଏ ନମ୍ବରରୁ ମେସେଜ ଆସୁଥିବାବେଳେ ଆଜି ଅପରାହ୍ନରୁ ଆଉ ଗୋଟିଏ ନମ୍ବରରୁ ମେସେଜ ଆସିବା ଆରମ୍ଭ ହୋଇଛି । ଆମାଜନ ଗିଫ୍ଟକାର୍ଡ ଯୋଗାଡ଼ କରି ତାଙ୍କୁ ପଠାଇବା ପାଇଁ ଏହି ମେସେଜରେ କୁହାଯାଉଛି । ତେବେ ଏହା ଫେକ ନମ୍ବର ଏବଂ ଯଦି କେହି ଏହିଭଳି କୌଣସି ମେସେଜ ପାଆନ୍ତି ତେବେ ତାହାକୁ ଅଣଦେଖା କରନ୍ତୁ ବୋଲି ଲୋକଙ୍କୁ ନିବେଦନ କରିଛନ୍ତି ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ।

ସେପଟେ ଜିଲ୍ଲାପାଳଙ୍କ ପାଖରୁ ଅଭିଯୋଗ ପାଇବା ପରେ ଏହି ମାମଲାକୁ ଗୁରୁତର ସହ ନେଇଛି କଟକ ସାଇବର ଥାନା ପୋଲିସ । ପ୍ରାଥମିକ ତଦନ୍ତରୁ ଏହି ସିମ ଗୁଡ଼ିକର ସର୍ଭିସ ଏରିଆ ରାଜସ୍ଥାନ ବୋଲି ଜଣାପଡ଼ିଛି । ତେବେ ସାଇବର ଠକମାନେ ଜିଲ୍ଲାପାଳଙ୍କ ମୋବାଇଲରେ ଥିବା କଣ୍ଟାକ୍ଟ ଡିଟେଲକୁ ସଂଗ୍ରହ କରିବା ପରେ ସେହି ତାଲିକାରେ ଥିବା ଲୋକମାନଙ୍କୁ ହିଁ ଏହି ଭଳି ମେସେଜ ପଠାଉଥିବା ଜଣାପଡିଛି । ତେବେ ଏନେଇ ମାମଲା ରୁଜ୍ଜୁ କରାଯାଇ ଘଟଣାର ତଦନ୍ତ କରାଯାଉଛି ବୋଲି କଟକ ଡିସିପି ପିନାକ ମିଶ୍ର ପ୍ରକାଶ କରିଛନ୍ତି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.