କଟକ: କଟକ ବଡ଼ ମେଡିକାଲ ଆଉ ଜଣେ କୋରୋନା ଭାଇରାସ ରୋଗୀ ଚିହ୍ନଟ ।
ରୋଗୀ ଜଣକ ଜଗତସିଂହପୁରର । ସେ ଗତ ଜାନୁଆରୀ 24 ତାରିଖରେ ଚୀନରୁ ଆସିଥିଲେ। ସେ ହଂକଂଠାରେ ଇଞ୍ଜିନିୟର ଭାବେ କାମ କରୁଥିଲେ। କିଛି ଦିନ ହେଲା ସେ ଥଣ୍ଡାରେ ପୀଡିତ ହୋଇଥିଲେ। ତାଙ୍କୁ ଥଣ୍ଡା ଛାଡୁ ନଥିବାରୁ କୋରୋନା ଭାଇରସ ସଂକ୍ରମଣ ଭୟରେ ସେ ଏସସିବିରେ ଚିକିତ୍ସିତ ହେଉଛନ୍ତି। ତାଙ୍କୁ କରୋନା ବିଭାଗର ସ୍ବତନ୍ତ୍ର ବିଭାଗରେ ରଖାଯାଇଛି।
ବୁଧବାର ତାଙ୍କ ରକ୍ତନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପୁଣେ ପଠାଯିବ ବୋଲି ଏସସିବି ପକ୍ଷରୁ ସୂଚନା ଦିଆଯାଇଛି।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ