ETV Bharat / city

ବହୁଚର୍ଚ୍ଚିତ 1999 ଗଣଦୁଷ୍କର୍ମ ମାମଲା, ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ବାଳ ଗିରଫ - ଅଞ୍ଜନା ମିଶ୍ର ଗଣ ଦୁଷ୍କର୍ମ

1999ର ବହୁଚର୍ଚ୍ଚିତ ଗଣଦୁଷ୍କର୍ମ ଘଟଣାର ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳକୁ ଗିରଫ କରିଛି କମିଶନରେଟ ପୋଲିସ। ୧୯୯୯ ଜାନୁଆରୀ ୯ ତାରିଖରେ ଭୁବନେଶ୍ୱର ବାରଙ୍ଗ ରାସ୍ତାରେ ଘଟିଥିଲା ଏହି ଗଣଦୁଷ୍କର୍ମ। ଅଧିକ ପଢନ୍ତୁ...

ବହୁ ଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ଘଟଣା, ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ବାଳ ଗିରଫ

author img

By

Published : Feb 22, 2021, 11:59 AM IST

Updated : Feb 22, 2021, 1:11 PM IST

କଟକ: 1999ର ବହୁ ଚର୍ଚ୍ଚିତ ଗଣଦୁଷ୍କର୍ମ ଘଟଣା । ମାମଲାର 22 ବର୍ଷ ପରେ ବନ୍ଧା ହେଲା ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ବାଳ। ଏହା ପୂର୍ବରୁ ଅନ୍ୟ ଦୁଇ ଅଭିଯୁକ୍ତ ଟୁନିଆ ଓ ପଦିଆ ଗିରଫ ହୋଇ ଆଜୀବନ କାରାଦଣ୍ଡ ଭୋଗୁଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇସାରିଛି। ଆଜି ଏହି ବହୁ ଚର୍ଚ୍ଚିତ ଘଟଣାକୁ ନେଇ ପ୍ରେସମିଟ୍ କରି ସିପି ସୁଧାଂଶୁ ଷଢଙ୍ଗୀ କହିଛନ୍ତି।

ବହୁଚର୍ଚ୍ଚିତ 1999 ଗଣଦୁଷ୍କର୍ମ ମାମଲା, ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ବାଳ ଗିରଫ

ଘଟଣାର 22 ବର୍ଷ ପରେ ମଧ୍ୟ ପୀଡିତାଙ୍କୁ ନ୍ୟାୟ ଦେବା ପାଇଁ ଆମେ କଠିନ ପରିଶ୍ରମ କରିଛୁ। ଯେଉଁଠି ସିବିଆଇ ଫେଲ ମାରିଥିଲା ଆମ ଅଫିସର ଦକ୍ଷତାର ସହ କାମ କରି ପାତାଳରୁ ମୁଖ୍ୟ ଅଭିଯୁକ୍ତକୁ ବାହାର କରିବାରେ ସଫଳ ହୋଇଛି।

ଘଟଣା ପରଠାରୁ ମୁଖ୍ୟ ଅଭିଯୁକ୍ତ ମହାରାଷ୍ଟ୍ରକୁ ଫେରାର ମାରି ନିଜ ପରିଚୟ ବଦଳାଇ ପାଣି ମିସ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲା। ଅଭିଯୁକ୍ତ ବିବନ ଓଡିଶା ପୋଲିସ ସମେତ ସିବିଆଇ ରାଡରରୁ ବର୍ତ୍ତିବା ପାଇଁ ସେଠାରେ ଅତି ଚତୁରତାର ସହିତ ରହି ନିଜ ପରିବାର ସହ ସମ୍ପର୍କରେ ରହିବା ସହ ବିଭିନ୍ନ ସମୟରେ ପରିବାରକୁ ଆର୍ଥିକ ସହାୟତା ଯୋଗାଇ ଆସୁଥିଲା।

ତେବେ ଏକ ନିଦ୍ଧିଷ୍ଟ ସୂତ୍ରରୁ ବିଭିନ୍ନ ତଥ୍ୟ ପାଇବା ପରେ ଏହି ଚର୍ଚ୍ଚିତ ଘଟଣାର ଫାଇଲ ପୁଣି ଥରେ କମିଶନରେଟ ପୋଲିସ ଖୋଲିଥିଲା। ସମସ୍ତ ତଥ୍ୟର ସମୀକ୍ଷା ପରେ ସିପି ଏକ ସ୍ବତନ୍ତ୍ର ଟିମ ଗଠନ କରିବା ସହ ନିଜେ ଏହାର ତଦାରଖ କରୁଥିଲେ। ପରେ ଅଭିଯୁକ୍ତକୁ ଧରିବା ପାଇଁ ମହାରାଷ୍ଟ୍ର ପୋଲିସର ସହାୟତା ନେଇ ଆମ୍ବାଭାଲି ଅଞ୍ଚଳରୁ ଅଭିଯୁକ୍ତ ବିବନ ବିଶ୍ବାଳକୁ ଗିରଫ କରି ଓଡିଶା ଆଣିଛି କମିଶନରେଟ ପୋଲିସ। ପରେ ଘଟଣା ସମ୍ପର୍କରେ ସିବିଆଇକୁ ଜଣାଇଥିବା କହିଛନ୍ତି ସିପି ।

ସୂଚନା ଥାଉକି, ୧୯୯୯ ଜାନୁଆରୀ ୯ ତାରିଖରେ ଭୁବନେଶ୍ବର ବାରଙ୍ଗ ରାସ୍ତାରେ ଘଟିଥିଲା ଏହି ଗଣଦୁଷ୍କର୍ମ । ଏହି ଘଟଣାରେ ସେତେବେଳର ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କୁ ପଦବୀ ହରାଇବାକୁ ପଡିଥିଲା ଏବଂ ଘଟଣାଟି ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇବା ସହ ରାଜନୈତିକ ପଟ୍ଟ ପରିବର୍ତ୍ତନ କରିଥିଲା।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Last Updated : Feb 22, 2021, 1:11 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.