ETV Bharat / city

ସବୁ ପରୀକ୍ଷା କେନ୍ଦ୍ରରେ ସୁରୁଖୁରରେ ଚାଲିଛି ପରୀକ୍ଷା: ବୋର୍ଡ କର୍ତ୍ତୃପକ୍ଷ

ଆଜିଠୁ ରାଜ୍ୟରେ ଆରମ୍ଭ ହୋଇଛି ଅଫଲାଇନ ମାଟ୍ରିକ ସ୍ବତନ୍ତ୍ର ପରକ୍ଷା । କୋଭିଡ କଟକଣା ଭିତରେ ପରୀକ୍ଷା ହେଉଛି ଏବଂ ସମସ୍ତ କେନ୍ଦ୍ରରେ ସୁରୁଖୁରୁରେ ପରୀକ୍ଷା ଚାଲିଛି ବୋଲି କହିଛନ୍ତି ବୋର୍ଡ ପରୀକ୍ଷା କଣ୍ଟ୍ରୋଲର । ଅଧିକ ପଢନ୍ତୁ...

author img

By

Published : Jul 30, 2021, 1:13 PM IST

ସବୁ ପରୀକ୍ଷା କେନ୍ଦ୍ରରେ ସୁରୁଖୁରରେ ଚାଲିଛି ପରୀକ୍ଷା

କଟକ: ଆଜିଠୁ ରାଜ୍ୟରେ ଆରମ୍ଭ ହୋଇଛି ଅଫଲାଇନ ମାଟ୍ରିକ ସ୍ବତନ୍ତ୍ର ପରକ୍ଷା । ପରୀକ୍ଷା ପାଇଁ ସମସ୍ତ ପରୀକ୍ଷା କେନ୍ଦ୍ରରେ ସମସ୍ତ ପ୍ରକାର ସୁବିଧା କରାଯାଇଛି । କୌଣସି ପ୍ରକାର ଅସୁବିଧା ପରିଲକ୍ଷିତ ହୋଇନାହିଁ । କୋଭିଡ କଟକଣା ଭିତରେ ପରୀକ୍ଷା ହେଉଛି ଏବଂ ସମସ୍ତ କେନ୍ଦ୍ରରେ ସୁରୁଖୁରୁରେ ପରୀକ୍ଷା ଚାଲିଛି ବୋଲି କହିଛନ୍ତି ବୋର୍ଡ ପରୀକ୍ଷା କଣ୍ଟ୍ରୋଲର ।

ସସସ୍ତ କୋଭିଡ-୧୯ ପ୍ରୋଟୋକଲକୁ ମାନି ଅଫଲାଇନରେ ପରୀକ୍ଷା କରାଯାଉଛି । କୋଭିଡ ନିୟମ ପାଳନ ପାଇଁ ସମସ୍ତ ଜିଲ୍ଲାକୁ ଏସଓପି ପଠାଯାଇଛି । ରାଜ୍ୟରେ ସମସ୍ତ କେନ୍ଦ୍ରର ନିୟମ କୋଭିଡ ନିୟମ ପାଳନ କରି ପରୀକ୍ଷା କରାଯାଉଛି । ପରୀକ୍ଷା କେନ୍ଦ୍ରକୁ ଆସିବା ମାତ୍ରେ ଫାଟକ ପାଖରେ ପିଲାଙ୍କ ଥର୍ମାଲ ସ୍କିନିଂ କରାଯାଇଛି । ମୋବାଇଲ ବ୍ୟବହାର କରିବା ଉପରେ କଟକଣା ଲାଗିଛି । ପ୍ରତ୍ୟେକ ପରୀକ୍ଷା କେନ୍ଦ୍ରରେ ଏକ ଜରୁରୀକାଳିନ ସ୍ବତନ୍ତ୍ର ଗୃହର ବ୍ୟବସ୍ଥା କରାଯାଇଛି ।

ପ୍ରକାଶ ଥାଉ କି,ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଫଳାଫଳକୁ ନେଇ ଅସନ୍ତୁଷ୍ଟ ଓ ଅକୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେଉଛନ୍ତି । ରାଜ୍ୟରେ ସମୁଦାୟ ୧୫, ୧୩୬ଜଣ ଛାତ୍ରଛାତ୍ରୀ ଅଫଲାଇନ ପରୀକ୍ଷା ଦେଉଛନ୍ତି । ଏଥିପାଇଁ ସମଗ୍ର ରାଜ୍ୟରେ ୫୦୪ଟି ପରୀକ୍ଷା କେନ୍ଦ୍ର କରାଯାଇଛି । କୋଭିଡ ନିୟମ ଅନୁସାରଣ କରି ଏହି ପରୀକ୍ଷା କରାଯାଉଛି । ଆଜିଠାରୁ ଅଗଷ୍ଟ ୫ ତାରିଖ ଯାଏଁ ପରୀକ୍ଷା ଚାଲିବ ।

କଟକରୁ ପ୍ରଭୁକଲ୍ୟାଣ ପାଲ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.