କଟକ: ସର୍ବଭାରତୀୟ ଯାଦବ ମହାସଭାର(All India Yadav Mahasabha) ଜାତୀୟ କାର୍ଯ୍ଯକାରିଣୀ ବୈଠକ କଟକ ୪୨-ମୌଜା ଯଶୋଦା ଗାର୍ଡେନ ଠାରେ ଅନୁଷ୍ଠିତ ହୋଇଛି । ଏଥିରେ ସାରା ଦେଶରୁ ସର୍ବଭାରତୀୟ ଯାଦବ ମହାସଭା ନେତା, ରାଜ୍ୟ ସଭାପତି ଓ ଓଡ଼ିିଶାର ଯାଦବ ନେତାମାନେ ଯୋଗ ଦେଇଥିଲେ । ଏହି ଅବସରରେ ମହାସଭାର ଜନ୍ମ ଶତ ବାର୍ଷିକୀ, ଅନ୍ୟାନ୍ୟ ପଛୁଆବର୍ଗଙ୍କ ପାଇଁ ୨୭ ପ୍ରତିଶତ ସ୍ଥାନ ସଂରକ୍ଷଣ ଓ ଭାରତୀୟ ସେନାରେ ଅହୀର ରେଜିମେଣ୍ଟ ଗଠନ କରାଯାଇ ଯାଦବମାନକୁ ନିଯୁକ୍ତି ଦେବା, ଜାତିଭିତ୍ତିକ ଜନଗଣନା କରିବା ଦିଗରେ ଆଲୋଚନା ହୋଇଥିଲା ।
ରାଜ୍ୟରେ ଗତ କିଛି ବର୍ଷ ହେବ ଯାଦବ ସଂଘର କୌଣସି ନେତା ରାଜ୍ୟସଭା କିମ୍ବା ବିଧାନସଭାରେ ନେତା ନାହାଁନ୍ତି । ତେଣୁ ଯାଦବ ସଙ୍ଘ ରାଜ୍ୟର ଜଣେ ନେତାଙ୍କୁ ରାଜ୍ୟସଭାକୁ ପଠାଇବା ପାଇଁ ଦାବି କରିଛନ୍ତି ରାଜ୍ୟ ଯୁବ ଯାଦବ ସଙ୍ଘର ସଭାପତି । ଏହାସହ ରାଜ୍ୟରେ ମୋଟ ଜନସଂଖ୍ୟାର ୧୫ପ୍ରତିଶତ ହେଉଛନ୍ତି ଯାଦବ ।
ତେଣୁ ରାଜ୍ୟସଭା ପାଇଁ ରାଜ୍ୟରୁ ଯାଦବଙ୍କ ପାଇଁ ସଂରକ୍ଷଣ ଲାଗୁ କରିବା ପାଇଁ ଦାବି ରଖିଛି ଉତ୍କଳ ଯାଦବ ମହାସଭା । ଏହାସହ କେନ୍ଦ୍ର ସରକାର ଜାତି ଭିତ୍ତିକ ଜନଗଣନା ଓ ସେନାବାହିନୀରେ ଯାଦବଙ୍କ ପାଇଁ ସ୍ବତନ୍ତ୍ର ରେଜିମେଣ୍ଟ କରିବା ପାଇଁ ଜାତୀୟ ଯାଦବ ମହାସଭା ଦାବି ରଖିଛି ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ