କଟକ: ଆର୍ଥିକ ସହାୟତା ପ୍ରଦାନ ଦାବିରେ ରାସ୍ତାକୁ ଓହ୍ଲାଇଲା କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନ ( AIUTUC) । ଶ୍ରମିକ ମାନଙ୍କ ନ୍ୟାୟ ପ୍ରଦାନ ଦାବି କରି ଆଜି କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛି ଶ୍ରମିକ ସଙ୍ଗଠନ।
ଜିଲ୍ଲାରେ ଥିବା ସମସ୍ତ ପଞ୍ଜିକୃତ ଶ୍ରମିକ ମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ ଦାବି କରିବା ସହ ବର୍ତ୍ତମାନ ବର୍ଦ୍ଧିତ ତୈଳ ଦର ଓ ଅନ୍ୟାନ୍ୟ ସମଗ୍ରୀ ଉପରେ ଦର ଦାମ ହ୍ରାସ ଦାବି କରି ଆଜି ବିକ୍ଷୋଭ ପ୍ରଦର୍ଶନ କରିଛି କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନକ ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ