କଟକ: ଯାଜପୁର ସୁକିନ୍ଦା ଅଞ୍ଚଳରେ ହୋଇଥିବା ନବମ ଶ୍ରେଣୀ ଝିଅର ମୃତ୍ୟୁକୁ ନେଇ ଡିଜିଙ୍କୁ ଭେଟିଲା ଏଆଇଡିଏସଓ । ଘଟଣାର ପ୍ରତ୍ୟକ୍ଷ ତଦନ୍ତ ଓ ଦୋଷୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।
ସୂଚନା ଅନୁଯାୟୀ 1 ତାରିଖରେ ଯାଜପୁର ଜିଲ୍ଲା ସୁକିନ୍ଦା ଅଞ୍ଚଳରେ ଏକ ନବମ ଶ୍ରେଣୀରୁ ପଢ଼ୁଥିବା ଝିଅର ଝୁଲନ୍ତା ଅବସ୍ଥାରେ ଜଙ୍ଗଲରୁ ମୃତଦେହ ଠାବ ହୋଇଥିଲା । ଜଙ୍ଗଲକୁ ଛେଳି ଚରାଇବା ପାଇଁ ଯାଇଥିଲା ବେଳେ ତାଙ୍କୁ କେହି ଦୁଷ୍କର୍ମ କରି ନିର୍ମମ ଭାବେ ହତ୍ୟା କରିଥିବା ଅଭିଯୋଗ କରିଛ ଏଆଇଡିଏସଓ ।
ତେବେ ଏହି ଘଟଣା ଅନେକ ଦିନ ବିତିଥିଲେ ସୁଦ୍ଧା ନ୍ୟାୟ ଅପେକ୍ଷାରେ ପରିବାର ଲୋକେ । ତେବେ ଏହି ଘଟଣାରେ ଶୀଘ୍ର ଦୋଷୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବା ନିତାନ୍ତ ଆବଶ୍ୟକତା ରହିଥିବା ନେଇ ସ୍ପଷ୍ଟ କରିଛି ଏଆଇଡିଏସଓ ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ