କଟକ: କୃଷକ ବଜାର ନିକଟରୁ ଜଣେ ମହିଳାଙ୍କ ମୃତଦେହ ମିଳିବା ଘଟଣାର ଦୁଇଦିନ ପରେ ମୃତକଙ୍କ ପରିଚୟ ମିଳିଛି । ମୃତକ ଜଣକ ହେଉଛନ୍ତି ବିଡାନାସୀ ନୂଆସାହିର ସୁଶ୍ରୀ ଦର୍ଶିନୀ ସ୍ବାଇଁ । ସେ ଆତ୍ମହତ୍ୟା କରିଥିବା କଟକ ଡିସିପି ସୂଚନା ଦେଇଛନ୍ତି । ବାହାଘର ପ୍ରସ୍ତାବ ଭାଙ୍ଗିଯିବାରୁ ସେ ମାନସିକ ଚାପରେ ରହୁଥିଲେ । ସେ କୃଷ୍ଣଙ୍କ ନାମରେ ଶଙ୍ଖା ପିନ୍ଧୁଥିଲେ ।
ସୁଇସାଇଡ଼ ନୋଟରେ କୃଷ୍ଣଙ୍କ ନାମ ଲେଖିଥିଲେ । ବିଷ ପିଇବା ସହ ପାଣିଟାଙ୍କି ଉପରୁ ଡେଇଁ ଆତ୍ମହତ୍ୟା କରିଥିଲେ ବୋଲି ଡିସିପି ସୂଚନା ଦେଇଛନ୍ତି । ତେବେ ପୋଲିସ ବିଭିନ୍ନ ଗଣମାଧ୍ୟମରେ ଫଟୋ ଛାଡିବାରୁ ତାଙ୍କ ଭାଇ ନିଜର ଭଉଣୀ ବୋଲି ଜାଣିବାକୁ ପାଇଥିଲେ । ପୋଲିସ ସହ ଯୋଗାଯୋଗ କରି ଭଉଣୀର ମୃତଦେହକୁ ଦେଖି ଚିହ୍ନିଥିଲେ ତାଙ୍କ ଭାଇ । ପୋଲିସ ଆଜି(ଶନିବାର) ମୃତଦେହକୁ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରିବା ପରେ ବ୍ୟବଚ୍ଛେଦ କରାଯାଇଥିଲା ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ