କଟକ:ବସିଲା 9ମ ଜିଲ୍ଲାପରିଷଦ ବୈଠକ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବସିଥିବା ଏହି ବୈଠକରେ ଅନେକ ଗୁରୁତ୍ବପୂର୍ଣ୍ଣ ଯୋଜନାକୁ ନେଇ ଆଲୋଚନା କରାଯାଇଛି ।
କଟକ ଜିଲ୍ଲାପରିଷଦ ଅଧ୍ୟକ୍ଷା ଜ୍ୟୋତି ରେଖା ନାୟକଙ୍କ ସଭାପତିତ୍ବରେ ବୈଠକ ହୋଇଥିଲା । ବିଶେଷକରି ଜିଲ୍ଲାରେ କିପରି ପାନୀୟ ଜଳ ଯୋଗାଣ ଦିଗରେ ଆହୁରି ଉନ୍ନତି କରାଯିବ ସେନେଇ ବିଭିନ୍ନ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ପାନୀୟ ଜଳ ଛଡା କୃଷି,ଯୋଗାଯୋଗ ,ଗମନାଗମନ ଇତ୍ୟାଦି ଦିଗରେ ମଧ୍ୟ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଛି । କାରଣ ପାନୀୟ ଜଳ ପାଇଁ ପରିଷଦ ନିକଟରେ ଅର୍ଥ ଆସିଛି । ତେଣୁ ତାହାକୁ କିପରି ଶୀଘ୍ର ଲୋକଙ୍କ ହିତ ଦିଗରର ବିନିଯୋଗ କରିହେବ ତାହା ବୈଠକ ରେ ଆଲୋଚନା କରାଯାଇଛି । ଏହି ବୈଠକରେ ଜିଲ୍ଲାପାଳ, ପିଡ଼ିଡିଆରଡିଏ,ସାଂସଦ ପ୍ରମୁଖ ଉପସ୍ଥିତ ଥିଲେ ।
କଟକରୁ ପ୍ରଭୁକଲ୍ୟାଣ ପାଲ,ଇଟିଭି ଭାରତ