କଟକ: ବହୁ ଚର୍ଚ୍ଚିତ ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲାରେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ତାଙ୍କ ପରିବାର ଲୋକ । ମୃତ୍ୟୁକୁ ଏତେ ଦିନ ବିତିଯାଇଥିଲେ ମଧ୍ୟ ମୃତ୍ୟୁର କାରଣ ଜଣାପଡି ନାହିଁ । ତେଣୁ ଘଟଣାର ନିରପେକ୍ଷ, ଜୁଡିସିଆଲ, କିମ୍ବା ସିବିଆଇ ତଦନ୍ତ ପାଇଁ ଆବେଦନ କରିଛନ୍ତି ପରିବାର ।
ସୂଚନାଯୋଗ୍ୟ, ସମାଜସେବୀ ଆଦିତ୍ୟ ଦାଶଙ୍କ ରହସ୍ୟମୟ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ଟିମ ତଦନ୍ତ ଚଳାଇଛି । ଗୁରୁବାର ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀଙ୍କ ଲାଏ ଡିଟେକ୍ସନ ଟେଷ୍ଟ କରାଯାଇଥିଲା । ଆଜି ଆଦିତ୍ୟଙ୍କ 3 ଜଣ ସହଯୋଗଙ୍କ ଟେଷ୍ଟ ଆରମ୍ଭ ହୋଇଛି । ସେପଟେ ତଦନ୍ତ ପ୍ରକ୍ରିୟାରେ ଶିଥିଲତା କାରଣରୁ ପ୍ରକୃତ କାରଣ ଜଣା ପଡିବ ନାହିଁ ବୋଲି ଆବେଦନକାରୀ ଓକିଲ କହିଛନ୍ତି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ