କଟକ: ମହଙ୍ଗା ପଡିଲା ସରକାରୀ ଅଫିସରଙ୍କୁ ମାଡ଼ ମାରିବା ଘଟଣା । ବାଲିଆ ବସ୍ତିରେ ଉତ୍ତେଜନା ଘଟଣାରେ ୬୦ରୁ ଉର୍ଦ୍ଧ୍ବ ପୁରୁଷ ଓ ମହିଳା ବସ୍ତି ବାସିନ୍ଦାଙ୍କୁ ଗିରଫ କରିଛି ମଧୁପାଟଣା ଥାନା ପୋଲିସ।
ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଛି । ଗତ କାଳବୈଶାଖୀରେ ଟେଣ୍ଟ ଭାଙ୍ଗି ଯିବାକୁ ନେଇ ବସ୍ତି ବାସିନ୍ଦା ମାନେ ସିଏମସି କର୍ମଚାରୀଙ୍କୁ ମାଡ଼ ମାରିବା ସହ ପୋଲିସ ଗାଡିକୁ ଭଙ୍ଗାରୁଜା କରିଥିଲେ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ