ETV Bharat / city

'ପୂର୍ବତନ ଭାରତୀୟ କ୍ରିକେଟର ଭିଭିଏସ ଲକ୍ଷ୍ମଣଙ୍କ ପ୍ରଶଂସା ଆଗକୁ ବଢିବାକୁ ପ୍ରେରଣା ଦେବ'

ମୃତ ମଣିଷର ସାଥୀ ସାଜନ୍ତି ଅଭିମନ୍ୟୁ । ତାଙ୍କର ଏହି ମହାନ୍ କାର୍ଯ୍ୟ ପାଇଁ ଟ୍ବିଟ କରି ପ୍ରଶଂସା କରିଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ଭିଭିଏସ ଲକ୍ଷ୍ମଣ । ଏ ନେଇ ଅଭିମନ୍ୟୁ କହିଛନ୍ତି ଲକ୍ଷ୍ମଣଙ୍କ ପ୍ରଶଂସା ଆଗକୁ ବଢିବାକୁ ପ୍ରେରଣା ଦେବ । ଅଧିକ ପଢନ୍ତୁ...

author img

By

Published : Nov 9, 2021, 1:52 PM IST

ଅଭିମନ୍ୟୁଙ୍କୁ ଲକ୍ଷ୍ମଣଙ୍କ ପ୍ରଶଂସା
ଅଭିମନ୍ୟୁଙ୍କୁ ଲକ୍ଷ୍ମଣଙ୍କ ପ୍ରଶଂସା

କଟକ: ମାନବିକତାର ସୁଗନ୍ଧ ଚାରିଆଡେ ବ୍ୟାପିଥାଏ । ଅସହାୟ ଲୋକଙ୍କୁ ନିଃସ୍ବାର୍ଥପର ସେବା ପ୍ରଦାନ କରି ଅନେକ ଲୋକ ପ୍ରଶଂସାର ପାତ୍ର ହୋଇଛନ୍ତି । ସେମିତି ଜଣେ ବ୍ୟକ୍ତିତ୍ବ ହେଲେ କଟକ ଜିଲ୍ଲାର ୫୦ ବର୍ଷୀୟ ଅଭିମନ୍ୟୁ ଦାସ । ମୃତ ମଣିଷର ସାଥୀ ସାଜନ୍ତି ଅଭିମନ୍ୟୁ । ତାଙ୍କର ଏହି ମହାନ୍ କାର୍ଯ୍ୟ ପାଇଁ ଟ୍ବିଟ କରି ପ୍ରଶଂସା କରିଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ଭିଭିଏସ ଲକ୍ଷ୍ମଣ । ଏ ନେଇ ଅଭିମନ୍ୟୁ କହିଛନ୍ତି ଲକ୍ଷ୍ମଣଙ୍କ ପ୍ରଶଂସା ଆଗକୁ ବଢିବାକୁ ପ୍ରେରଣା ଦେବ ।

ଅଭିମନ୍ୟୁଙ୍କୁ ଲକ୍ଷ୍ମଣଙ୍କ ପ୍ରଶଂସା

କର୍କଟ ରୋଗୀ ଓ ସାଧାରଣ ରୋଗୀମାନଙ୍କୁ ନିଶୁଳ୍କ ସେବା ଯୋଗାଇ ଆସୁଛନ୍ତି ସମାଜସେବୀ ଅଭିମନ୍ୟୁ ଦାସ। ଅଭିମନ୍ୟୁ ଦାସ୍‌ ପୁସ୍ତକ ବନ୍ଧେଇ କାମ କରନ୍ତି । ଟିକିଏ ଫୁରସତ୍‌ ମିଳିଲେ ଦୁନିଆ ଆଖିରେ ଅଦରକାରୀ, ଅଲୋଡା ପାଲଟିଥିବା ମୃତ୍ୟୁ ପରେ ବି ସମ୍ମାନ ଅପେକ୍ଷାରେ ଥିବା ମରଶରୀରକୁ ସେ ଆଦର ସହକାରେ ଶେଷକୃତ୍ୟ କରନ୍ତି । ଖାଲି ସେତିକି ନୁହେଁ ହଜାର ହଜାର କ୍ୟାନସର୍‌ ପୀଡିତ ରୋଗୀଙ୍କର ମଧ୍ୟ ସେବା କରନ୍ତି ଅଭିମନ୍ୟୁ । ଏଯାବତ ପ୍ରାୟ ୭,୦୦୦ କ୍ୟାନସର ରୋଗୀଙ୍କୁ ସେବା ଯୋଗାଇଛନ୍ତି ସେ ।

  • Abhimanyu Das, a 50-year-old book-binder from Cuttack,In his quest to give dignity to the dead, cremates unclaimed and unattended dead bodies .He has also been taking care of thousands of cancer patients most of whom are homeless or abandoned. Hats off to his selfless service 🙏🏼 pic.twitter.com/8yALdf8plf

    — VVS Laxman (@VVSLaxman281) November 8, 2021 " class="align-text-top noRightClick twitterSection" data=" ">

ତାଙ୍କ ଏହି ମହାନ କାର୍ଯ୍ୟ ପାଇଁ ଟ୍ବିଟ କରି ପ୍ରଶଂସା କରିଛନ୍ତି କ୍ରିକେଟର ଭିଭିଏସ ଲକ୍ଷ୍ମଣ । ପୂର୍ବରୁ ମହମ୍ମଦ କେଫ ମଧ୍ୟ ଅଭିମନ୍ୟୁ ଙ୍କୁ ଟ୍ବିଟ ଯୋଗେ ପ୍ରଶଂସା କରିଥିଲେ । ପ୍ରଶଂସା ମୋତେ ଆଗକୁ ବଢିବାକୁ ପ୍ରେରଣା ଦେବ । ହାତ ଗୋଡ ଚାଲିଥିବା ପର୍ଯ୍ୟନ୍ତ ଲୋକଙ୍କୁ ସେବା ଯୋଗାଇ ଦେବି । ଆଗାମୀ ଦିନରେ ଏହି ସେବା ଜାରି ରଖିବା ନେଇ କହିଛନ୍ତି ଅଭିମନ୍ୟୁ ଦାସ ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.