କଟକ: ନିଲମ୍ବିତ ଆଇଏଫଏସ ଅଧିକାରୀ ଅଭୟକାନ୍ତ ପାଠକ ଓ ପୁଅ ଆକାଶ ପାଠକଙ୍କୁ ହାଇକୋର୍ଟରୁ ମିଳିଲା ସର୍ତ୍ତମୂଳକ ଜାମିନ। ଗୋଳନ୍ଥରା ଥାନା ମାମଲାରେ ମିଳିଛି ଏହି ଜାମିନ । ୨ ଲକ୍ଷ ଲେଖାଏଁ ଦୁଇ ଜଣ ଜାମିନଦାରଙ୍କ ଦ୍ଵାରା ସେମାନେ ଜାମିନରେ ଯାଇପାରିବେ । ସେହିପରି କୌଣସି ସାକ୍ଷ୍ୟଙ୍କୁ ପ୍ରଭାବିତ ନକରିବାକୁ ସର୍ତ୍ତ ରଖିଛନ୍ତି କୋର୍ଟ। ତଦନ୍ତରେ ସାହାଯ୍ୟ କରିବାକୁ ମଧ୍ୟ ସର୍ତ୍ତ ରଖାଯାଇଛି।
ପୂର୍ବରୁ କ୍ରାଇମବ୍ରାଞ୍ଚ ଓ ଭିଜିଲାନ୍ସ ମାମଲାରେ ଜାମିନ ପାଇଥିଲେ ଅଭୟକାନ୍ତ ଓ ଆକାଶ ପାଠକ । ଏବେ ବି ଗୋଳନ୍ଥରାର ଅନ୍ୟ ଏକ ମାମଲା ରହିଛି । ଯେଉଁ ମାମଲାରେ ଏବେ ବି ଜାମିନ ମିଳିନାହିଁ । ତେଣୁ ଜେଲରୁ ମୁକୁଳି ପାରିବେନି ଅଭୟକାନ୍ତ ଓ ଆକାଶ ପାଠକ ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ