ETV Bharat / city

ହାଇକୋର୍ଟରେ ଅଭୟକାନ୍ତ ଓ ଆକାଶ ପାଠକଙ୍କ ଜାମିନ ଶୁଶାଣି ଶେଷ

author img

By

Published : Feb 9, 2021, 8:20 AM IST

ହାଇକୋର୍ଟରେ ଆଇଏଫଏସ ଅଭୟକାନ୍ତ ପାଠକ ଓ ତାଙ୍କ ପୁଅ ଆକାଶ ପାଠକଙ୍କ ଜାମିନ ଆବେଦନର ହାଇକୋର୍ଟରେ ଶୁଣାଣି ହୋଇଯାଇଛି । ଚାର୍ଟର ବିମାନ ବୁକିଂ ବାବଦରେ 65 ଲକ୍ଷ ଟଙ୍କା ଠକେଇ ନେଇ ଟ୍ରାଭେଲ୍ସ ସଂସ୍ଥା ସ୍କାଏ କିଙ୍ଗ ପକ୍ଷରୁ ଖାରବଳେ ନଗର ଥାନାରେ ଅଭିଯୋଗ ହୋଇଥିଲା । ଅଧିକ ପଢନ୍ତୁ...

ହାଇକୋର୍ଟରେ ଅଭୟକାନ୍ତ ଓ ଆକାଶ ପାଠକଙ୍କ ଜାମିନ ଶୁଶାଣି ଶେଷ
ହାଇକୋର୍ଟରେ ଅଭୟକାନ୍ତ ଓ ଆକାଶ ପାଠକଙ୍କ ଜାମିନ ଶୁଶାଣି ଶେଷ

କଟକ: ହାଇକୋର୍ଟରେ ଆଇଏଫଏସ ଅଭୟକାନ୍ତ ପାଠକ ଓ ତାଙ୍କ ପୁଅ ଆକାଶ ପାଠକଙ୍କ ଜାମିନ ଆବେଦନର ହାଇକୋର୍ଟରେ ଶୁଣାଣି ହୋଇଯାଇଛି । ଜଷ୍ଟିସ ଦେବବ୍ରତ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଆବେଦନକାରୀ ଓ ସରକାରଙ୍କ ପକ୍ଷରୁ ଯୁକ୍ତି ଉପସ୍ଥାପନା କରାଯାଇଥିଲା । ସରକାରଙ୍କ ପକ୍ଷରୁ କେସ ଡାଏରିରୁ ଦାଖଲ କରାଯିବ ସହିତ ସାନି ସ୍ଥିତି ନେଇ ଅବଗତ କରାଯାଇଛି ।

ସୂଚନାଯୋଗ୍ୟ, ଚାର୍ଟର ବିମାନ ବୁକିଂ ବାବଦରେ 65 ଲକ୍ଷ ଟଙ୍କା ଠକେଇ ନେଇ ଟ୍ରାଭେଲ୍ସ ସଂସ୍ଥା ସ୍କାଏ କିଙ୍ଗ ପକ୍ଷରୁ ଅଭିଯୋଗ ପରେ ଖାରବେଳ ନଗର ଥାନାରେ ଏନେଇ ଅଭୟକାନ୍ତ ପାଠକ ଓ ଆକାଶ ପାଠକଙ୍କ ବିରୋଧରେ ଏତଲା ରୁଜୁ କରାଯାଇଥିଲା । ଏହି ମାମଲାର ଉଭୟ ବାପା-ପୁଅଙ୍କୁ ପୋଲିସ ରିମାଣ୍ଡରେ ନେଇ ପଚରାଉଚରା କରିଥିଲା । ଭୁବନେଶ୍ବରର ଦୌରାଜଜ ଅଦାଲତରେ ଜାମିନ ଖାରଜ ହେବା ପରେ ହାଇକୋର୍ଟରେ ପୃଥକ ଆବେଦନ ଦାୟର କରିଥିଲେ । ତେବେ ଆୟ ବର୍ହିଭୁତ ଭିଜିଲାନ୍ସ ମାମଲାରେ ଉଭୟଙ୍କୁ ନିମ୍ନ ଅଦାଲତରେ ଜାମିନ ମିଳିସାରିଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.