ETV Bharat / city

ଛାତ୍ରଛାତ୍ରୀ ସ୍କୁଲକୁ ଗାଡି ନେଇ ଆସୁଛନ୍ତି କି: କଟିବ ଫାଇନ, ଜବତ ହେବ ଗାଡି

author img

By

Published : Apr 23, 2022, 4:19 PM IST

ସିଲଭର ସିଟିରେ ଆଜିଠାରୁ ଆରମ୍ଭ ହୋଇଛି ଜୋରଦାର ଗାଡି ଚେକିଂ। କଟକ ଆରଟିଓ ଓ ଟ୍ରାଫିକ ପୋଲିସର ମିଳିତ ଉଦ୍ୟମରେ ଏ ଚଢାଉ ଜାରି ରହିଛି । ଅଧିକ ପଢନ୍ତୁ

ଛାତ୍ରଛାତ୍ରୀ ସ୍କୁଲକୁ ଗାଡି ନେଇ ଆସୁଛନ୍ତି କି ସାବଧାନ : କଟିବ ଫାଇନ ,ଜବତ ହେବ ଗାଡି

କଟକ : ଏଣିକି ସ୍କୁଲ ପିଲାଙ୍କୁ ଗାଡି ଦେବା ପଡିବ ମହଙ୍ଗା । କାହିଁକିନା ଏଥର ଜବତ ହେବ ଗାଡି । ବିନା ଲାଇସେନ୍ସରେ ପିଲା ସ୍କୁଲକୁ ଗାଡି ନେଇ ଆସିଲେ ହେବ କାର୍ଯ୍ୟାନୁଷ୍ଠାନ । ସିଲଭର ସିଟିରେ ଏନେଇ ଆଜିଠାରୁ ଆରମ୍ଭ ହୋଇଛି ଜୋରଦାର ଗାଡି ଚେକିଂ। କଟକ ଆରଟିଓ ଓ ଟ୍ରାଫିକ ପୋଲିସର ମିଳିତ ଉଦ୍ୟମରେ ଏ ଚଢାଉ ଜାରି ରହିଛି ।

ସିଡିଏ ଡିଏଭି ସ୍କୁଲ ପରିସରରେ ସ୍କୁଲପିଲାମାନେ ମୋଟର ଗାଡି ଚଳାଉଥିବା ବିଷୟରେ ଏକ ସ୍ବତନ୍ତ୍ର ଡ୍ରାଇଭ ସଚେତନତା କାର୍ଯ୍ୟକ୍ରମ କରାଯାଇଛି । ଏହି ବୟସରେ ଗାଡି ଚଳାଇବା ପାଇଁ କୌଣସି ନିୟମ ନଥିଲାବେଳେ କାହିଁକି ସ୍କୁଲ ପିଲାମାନେ ଗାଡି ଚଳାଉଛନ୍ତି । ସେନେଇ ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକଙ୍କୁ ବୁଝାଇଛି ଟ୍ରାଫିକ ।

ଏହି ଡ୍ରାଇଭ ସମୟରେ 5 ଟି ଗାଡି ଜବତ କରାଯାଇ ଥାନାକୁ ଅଣାଯାଇଥିଲା । ଏହି ସଚେତନତା ସହିତ ସେଠାରେ ଉପସ୍ଥିତ ଥିବା ଅଭିଭାବକଙ୍କ ମଧ୍ୟରେ ଏମଭି ଆକ୍ଟ (MV ACT) ସମ୍ବନ୍ଧରେ ସଚେତନତା ସୃଷ୍ଟି କରାଯାଇଥିଲା । ଆଗାମୀ ଦିନରେ ଅବଶିଷ୍ଟ ବିଦ୍ୟାଳୟ ସମ୍ମୁଖରେ ସମାନ ପ୍ରକାରର କାର୍ଯ୍ୟକାରିତା ଏବଂ ସଚେତନତା କରାଯିବ ବୋଲି ସୂଚନା ଦେଇଛନ୍ତି କଟକ ଟ୍ରାଫିକ ଏସିପି ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.