ନିଆଳି: କଟକ ଜିଲ୍ଲା ନିଆଳି ବ୍ଲକ ଅନ୍ତର୍ଗତ ମାଧବ ଅଞ୍ଚଳର କେନାଲ ମଧ୍ୟରୁ ଏକ ବିରଳ କଇଁଛ ଉଦ୍ଧାର ହୋଇଛି । ଯାହାର ପିଠିରେ ଜଗନ୍ନାଥ ଓ ରାମଚନ୍ଦ୍ରଙ୍କ ଆକୃତିର ପ୍ରତିଛବି ଥିବା ଦେଖାଯାଇଛି । ଉଦ୍ଧାର କଚ୍ଛପ ରୂପରେ ମହାପ୍ରଭୁ ଆସିଥିବା ଲୋକେ ବିଶ୍ବାସ କରୁଛନ୍ତି ।
କଇଁଛଟିକୁ ମାଧବାନନ୍ଦ ମନ୍ଦିର ପରିସରକୁ ଅଣାଯାଇଛି । ସେଠାରେ ଏହାକୁ ପୂଜାର୍ଚ୍ଚନା କରାଯାଉଛି । ସେପଟେ କଇଁଛ ଦେହରେ ମହାପ୍ରଭୁଙ୍କ ପ୍ରତିଛବି ଥିବା ଖବର ପ୍ରଚାରିତ ହେବା ପରେ କଇଁଛକୁ ଦେଖିବା ପାଇଁ ମନ୍ଦିର ପରିସରରେ ଆଖପାଖ ଅଞ୍ଚଳର ଲୋକମାନଙ୍କ ସମାଗମ ହୋଇଛି । ଲୋକେ କଇଁଛକୁ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରୁଛନ୍ତି ।
ନିଆଳିରୁ ଉମେଶ ଚନ୍ଦ୍ର ମଲ୍ଲିକ, ଇଟିଭି ଭାରତ