କଟକ: ଚୌଦ୍ୱାର ମଣ୍ଡଳ କାରାଗାରରେ ଜଣେ କଏଦୀଙ୍କ ମୃତ୍ୟୁ । ମୃତକ କଏଦୀ ଜଣକ ଚୈତ୍ୟନ ଜାନୀ ବୋଲି ଜଣାପଡିଛି । ତେବେ ସେ କର୍କଟ ରୋଗରେ ଦୀର୍ଘ ଦିନ ହେବ ପୀଡିତ ଥିଲେ । ଅନେକ ଦିନ ଧରି ଆଚାର୍ଯ୍ୟ ହରିହର କର୍କଟ ଚିକିତ୍ସାଳୟରେ ଚିକିତ୍ସା ହେବା ପରେ ଆଜି ତାଙ୍କର ମୃତ୍ୟ ଘଟିଛି ।
ସେ ଏକ ହତ୍ୟା ମାମଲାରେ କାରାବରଣ କରିଥିଲେ । ସୂଚନା ଅନୁସାରେ, ସେ ଏକ ହତ୍ୟା ମାମଲାରେ ଜୟପୁର ସେସନ କୋର୍ଟରେ ଦୋଷୀ ସାବ୍ୟସ୍ତ ହେବା ପରେ ଜୟପୁର ଜେଲରେ ସଜା କାଟୁଥିଲେ । ସେଠାରେ ସେ କର୍କଟ ରୋଗରେ ପିଡୀତ ହେବାପରେ ତାଙ୍କୁ ବ୍ରହ୍ମପୁର ମେଡିକାଲକୁ ନିଜାଯାଇଥିଲା । କିନ୍ତୁ ସ୍ବାସ୍ଥ୍ୟ ଅବସ୍ଥା ଜଟିଳ ହେବାରୁ ତାଙ୍କୁ ଚୌଦ୍ୱାର ମଣ୍ଡଳ କାରାଗାରକୁ ସ୍ଥାନାନ୍ତରିତ କରାଯାଇଥିଲା । ଯାହା ଦ୍ବାରା ତାଙ୍କର ଚିକିତ୍ସା ଆଚାର୍ଯ୍ୟ ହରିହର କର୍କଟ ଚିକିତ୍ସାଳୟରେ ହୋଇପାରିବ । ତେବେ ଆଜି ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ମେଡିକାଲ ନିଆଯାଇଥିଲା । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ