କଟକ: ସିଲଭର ସିଟିରେ ପୁଣି ମାତିଲେ ଲୁଟେରା। ପାଖାପାଖି ୧୦ ଲକ୍ଷ ଟଙ୍କାର ସୁନାଗହଣା ଲୁଟ୍ । ସଂଧ୍ୟା ୬ଟା ପରେ ଦୋକାନ ବଜାର ବନ୍ଦ୍ ରହିଥିଲା। ଏହାର ସୁଯୋଗ ନେଇ ଦୋକାନ ତାଲା ଭାଙ୍ଗି ସୁନା ଦୋକାନରେ କଳାକନା ବୁଲାଇଲେ ଦୁର୍ବୃତ୍ତ।
ବିଡ଼ାନାସି ଥାନାରୁ ମାତ୍ର କେଇ ମିଟର ଦୂରରେ ଥିବା ସୁକନ୍ୟା ଗହଣା ଦୋକାନରୁ ସୋମବାର ରାତିରେ ବଡ଼ ଧରଣର ଲୁଟ୍ କରିଛନ୍ତି ଲୁଟେରା। ଏହାସହ ୧୦ରୁ ୧୨ ହଜାର ନଗଦ ଟଙ୍କା ଲୁଟି ନେଇଛନ୍ତି ଲୁଟେରା । ଦୋକାନ ମାଲିକ ବସନ୍ତ ସାହୁ ସଂଧ୍ୟା ୬ଟା ପରେ ଦୋକାନ ବନ୍ଦ୍ କରି ଘରକୁ ଯାଇଥିଲେ। ହେଲେ ରାତ୍ରି କର୍ଫ୍ୟୁ ଥିବାରୁ ଏଭଳି ଖବର ସୂଚନା ପାଇ ନ ଥିଲେ। ସକାଳୁ ଦୋକାନ ଖୋଲିବାକୁ ଆସିଥିବାବେଳେ ଚୋରି ହୋଇଥିବା ଖବର ପାଇ ବିଡାନାସୀ ଥାନାକୁ ଜଣାଇଥିଲେ। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି। ଅନ୍ୟପଟେ କଟକ ଡିସିପି ଅଖିଲେଶ୍ୱର ସିଂ କହିଛନ୍ତି କି ଏହି ଘଟଣାରେ ଜଡ଼ିତ ଥିବା ୨ ଅପରାଧୀ ମାନଙ୍କୁ ପୋଲିସ ପକ୍ଷରୁ ଚିହ୍ନଟ କରାଯାଇଛି ଓ ଖୁବଶୀଘ୍ର ତାଙ୍କୁ ଗିରଫ କରାଯିବ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ