ETV Bharat / city

ବ୍ୟାଡମିଣ୍ଟନ ପ୍ରଶିକ୍ଷଣ ପାଇଁ ଫେମସ କଟକ କୋଚ୍‌ ଦମ୍ପତି - cuttack badminton coach couple

ବ୍ୟାଡମିଣ୍ଟନକୁ ମଧ୍ୟ ବିକାଶ କରିବା ପାଇଁ ଲାଗିପଡିଛନ୍ତି କଟକର କୋଚ୍ ଦମ୍ପତି, ରିତା ଦାସ ଓ କମଲ ଦାସ । ତେବେ ଉଭୟ ହେଉଛନ୍ତି ରାଜ୍ୟ ସ୍ଥରୀୟ ବ୍ୟାଡମିଣ୍ଟନ ଖେଳାଳି । ଆଉ ଦକ୍ଷ କୋଚ୍ ମଧ୍ୟ ।

ବ୍ୟାଡମିଣ୍ଟନ ପ୍ରଶିକ୍ଷଣ ପାଇଁ ଫେମସ କଟକ କୋଚ୍‌ ଦମ୍ପତି

author img

By

Published : Nov 15, 2020, 11:00 PM IST

କଟକ: ଦେଶର କ୍ରୀଡା ହବ ପାଲଟିଛି ଓଡିଶା । ରାଜ୍ୟଗୋଷ୍ଠୀ କ୍ରୀଡାଠୁ ଆରମ୍ଭ କରି ହକି ବିଶ୍ୱକପ ପର୍ଯ୍ୟନ୍ତ ସବୁ ସ୍ପୋର୍ଟସକୁ ଦେଉଛନ୍ତି ଗୁରୁତ୍ୱ ରାଜ୍ୟ ସରକାର । ଜାତୀୟ ହକିରୁ ରଗବୀ ଦଳ ପର୍ଯ୍ୟନ୍ତ ସବୁଠି ଓଡିଶାର ଛାପ । ଏହାରି ଭିତରେ ବ୍ୟାଡମିଣ୍ଟନକୁ ମଧ୍ୟ ବିକାଶ କରିବା ପାଇଁ ଲାଗିପଡିଛନ୍ତି କଟକର କୋଚ୍ ଦମ୍ପତି, ରିତା ଦାସ ଓ କମଲ ଦାସ । ତେବେ ଉଭୟ ହେଉଛନ୍ତି ରାଜ୍ୟ ସ୍ଥରୀୟ ବ୍ୟାଡମିଣ୍ଟନ ଖେଳାଳି । ଆଉ ଦକ୍ଷ କୋଚ୍ ମଧ୍ୟ । ଯିଏକି ଛୋଟଠୁ ବଡ଼ ପିଲାଙ୍କୁ ଦେଉଛନ୍ତି ମାଷ୍ଟର ଗେମ ପ୍ଲାନ । କିପରି ବ୍ୟାଡମିଣ୍ଟନରେ ଓଡିଶା ଆହୁରି ଆଗକୁ ଯାଇ ନାଁ କରି ପାରିବ ସେଥିପାଇଁ ପଡିଆରେ ଝାଳ ବୁହାଉଛନ୍ତି ଏହି କୋଚ୍‌ ଦମ୍ପତି ।

ବ୍ୟାଡମିଣ୍ଟନ ପ୍ରଶିକ୍ଷଣ ପାଇଁ ଫେମସ କଟକ କୋଚ୍‌ ଦମ୍ପତି

30 ବର୍ଷ ଧରି କମଲ ରାଜ୍ୟ ସ୍ତରୀୟ ବ୍ୟାଡମିଣ୍ଟନ ମ୍ୟାଚ ଖେଳିଥିଲା ବେଳେ ତାଙ୍କ ଧର୍ମପତ୍ନୀ ରିତା ମଧ୍ୟ ଜଣେ ଦକ୍ଷ କୋଚ୍ ଓ ଅମ୍ପୟାର । ତେବେ 2019 ମସିହାରୁ ଇଣ୍ଡୋର ଷ୍ଟାଡିୟମରେ ଯୁବ ଖେଳାଳିଙ୍କୁ ଦେଉଛନ୍ତି ତାଲିମ । ବ୍ୟାୟମଠୁ ଆରମ୍ଭ କରି କ୍ରୀଡା ଦିଗରେ ଏତେ ସମୟ ଦେଇଥାନ୍ତି ଯେ ପରିବାର କଥା ମଧ୍ୟ ଭୁଲି ଯାଇଥାନ୍ତି ଏମାନେ । ତେବେ ଏହି କୋଚ୍‌ ଦମ୍ପତିଙ୍କ ତାଲିମରେ ଅନେକ ଖେଳାଳି ରାଜ୍ୟ ସ୍ତରୀୟ ଓ ଜାତୀୟ ସ୍ତରୀୟ ମ୍ୟାଚ ଖେଳିବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି ।

ଅନ୍ୟପଟେ ବ୍ୟାଡମିଣ୍ଟନକୁ ନେଇ ସ୍ୱପ୍ନ ଦେଖୁଥିବା ଅନେକ ଛୋଟ ବଡ଼ ଖେଳାଳି ଏହି କୋଚ୍ ଦମ୍ପତିଙ୍କ ପାଖରେ ଶିକ୍ଷା ଗ୍ରହଣ କରୁଛନ୍ତି । ଉଚ୍ଚ ଅଭିଳାଷ ରଖି ସମୟ ଅନୁସାରେ ଅଭ୍ୟାସ ଜାରି ରଖିଛନ୍ତି ଏହି ଖେଳାଳିମାନେ । ଯେଉଁଟି ବି ତ୍ରୁଟି ରହୁଛି ସେ ସବୁକୁ କ୍ଷଣିକ ମଧ୍ୟରେ ସମାଧାନ କରିଥାନ୍ତି ଏହି କୋଚ୍‌ ଦମ୍ପତି । ଯାହା ଖେଳାଳି ମାନଙ୍କୁ ବେଶ ଆନନ୍ଦ ପ୍ରଦାନ କରିବା ସହ ଶିଖିବାର ମାର୍ଗ ମଧ୍ୟ ଉନ୍ମୁକ୍ତ କରିଥାଏ ।

ଏହି କୋଚ କପୁଲ ଏବେ ଫୁଲ ଚର୍ଚ୍ଚାରେ। ଯେପରି ନାମ ସେପରି କାମ । ପରିବାର ଅପେକ୍ଷା ବ୍ୟାଡମିଣ୍ଟନକୁ ଦେଉଛନ୍ତି ବିଶେଷ ଗୁରୁତ୍ୱ । ଲକ୍ଷ୍ୟ ଆଗମୀ ଦିନରେ ଓଡିଶା ବ୍ୟାଡମିଣ୍ଟନ ଗେମରେ ହେବ ଅଗ୍ରଣୀ । ଆଉ ଭାରତରେ ବ୍ୟାଡମିଣ୍ଟନ କ୍ରୀଡାରେ ଓଡିଶା ଆଣିବ ସ୍ୱତନ୍ତ୍ର ସ୍ଥାନ ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.