ETV Bharat / city

ରାଜଧାନୀ ଉପକଣ୍ଠରେ ଚାଞ୍ଚଲ୍ୟ, ୩ ବର୍ଷର ଶିଶୁକନ୍ୟା ନିଖୋଜ - ନିଖୋଜ

ରାଜଧାନୀ ଉପକଣ୍ଠ ମୁଣ୍ତହଣା ପାଟଣା ଗ୍ରାମର ଅଜୟ ମୁଦୁଲିଙ୍କ ତିନି ବର୍ଷର ଝିଅ ରଶ୍ମିତା ନିଖୋଜ । ଖୋଜା ଖୋଜି ପରେ ମଧ୍ୟ ପତ୍ତା ପାଉନି ପୋଲିସ । ଅଧିକ ପଢନ୍ତୁ...

୩ ବର୍ଷର ଶିଶୁକନ୍ୟା ନିଖୋଜ
ରାଜଧାନୀ ଉପକଣ୍ଠରେ ଚାଞ୍ଚଲ୍ୟ, ୩ ବର୍ଷର ଶିଶୁକନ୍ୟା ନିଖୋଜ
author img

By

Published : Nov 5, 2021, 10:15 AM IST

ନିଆଳି: ପୁଣି ସାମ୍ନାକୁ ଆସିଲା ଶିଶୁ ନିଖୋଜ ଘଟଣା । ରାଜଧାନୀ ଉପକଣ୍ଠ ମୁଣ୍ତହଣା ପାଟଣା ଗ୍ରାମର ଅଜୟ ମୁଦୁଲିଙ୍କ ତିନି ବର୍ଷର ଝିଅ ରଶ୍ମିତା ନିଖୋଜ ଥିବା ଘଟଣା ଏବେ ସାମ୍ନାକୁ ଆସିଛି । ଗତକାଲି ଅପରାହ୍ନ ସମୟରେ ଖେଳୁଥିବା ସମୟରେ ହଠାତ ଆଉ ପରିବାର ଲୋକେ ଝିଅକୁ ପାଇନଥିଲେ । ଏନେଇ ଖୋଜା ଖୋଜି ପରେ ମଧ୍ୟ ରଶ୍ମିତାଙ୍କୁ ନପାଇ ଶେଷରେ ନିରାଶ ହୋଇଥିଲେ ପରିବାର ଲୋକେ ଓ ପଡୋଶୀ ।

ରାଜଧାନୀ ଉପକଣ୍ଠରେ ଚାଞ୍ଚଲ୍ୟ, ୩ ବର୍ଷର ଶିଶୁକନ୍ୟା ନିଖୋଜ
ରାଜଧାନୀ ଉପକଣ୍ଠରେ ଚାଞ୍ଚଲ୍ୟ, ୩ ବର୍ଷର ଶିଶୁକନ୍ୟା ନିଖୋଜ
ରାଜଧାନୀ ଉପକଣ୍ଠରେ ଚାଞ୍ଚଲ୍ୟ, ୩ ବର୍ଷର ଶିଶୁକନ୍ୟା ନିଖୋଜ

ଏ ଘଟଣା ଆଜି ସାମ୍ନାକୁ ଆସିଥିବା ବେଳେ ଅଜୟଙ୍କ ଘର ସମ୍ମୁଖରେ ଲୋକଙ୍କ ଭିଡ ଜମିବା ସହ ବାଲିପାଟଣା ଥାନା ଓ ବନମାଳିପୁର ପୋଲିସର ସହାୟତା ଲୋଡିଛନ୍ତି ପରିବାର ଲୋକେ । ତେବେ ଅନେକ ଖୋଜା ଖୋଜି ପରେ ମଧ୍ୟ ରଶ୍ମିତାଙ୍କ ପତ୍ତା ମିଳିପାରିନାହିଁ । ତେବେ ଏଠି ପ୍ରଶ୍ନ ଉଠୁଛି ୩ବର୍ଷର ଶିଶୁ କନ୍ୟାଟି ନିଖୋଜ ହେଲା କେମିତି ? ନା ତାଙ୍କୁ କିଏ ଅପହରଣ କରିନେଇଛି । ଯଦି ଅପହରଣ କରାଯାଇଛି ରଶ୍ମିତା ଏବେ ଜୀବିତ ଅଛନ୍ତିତ ? ନା ଏହା ପଛରେ ରହିଛି ଅନ୍ୟ କିଛି କାରଣ । ତେବେ ଏ ଘଟଣା ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି ।

ନିଆଳିରୁ ଉମେଶ ଚନ୍ଦ୍ର ମଲ୍ଲିକ , ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.