କଟକ: ଡାକ୍ତରଙ୍କଠୁ ଅନଲାଇନ ଠକେଇ । ଡ଼ାକ୍ତରଙ୍କ ଠାରୁ ୭୭ ଲକ୍ଷ ଟଙ୍କା ଠକେଇ । ଏନଟିପିସିରୁ ଅବସର ନେଇଥିବା ଡାକ୍ତର ଠକେଇର ଶିକାର ହୋଇଛନ୍ତି । ବିଏସଏନଏଲ ନମ୍ବର ଇନାକ୍ଟିଭ ହେବ କହି ଠକି ନେଲେ ଦୁବୃର୍ତ୍ତ ।
ଏନଟିପିସିରୁ ଅବସର ନେଇଥିବା ଡାକ୍ତର ସନାତନ ମହାନ୍ତି ଅନଲାଇନ ଠକେଇର ଶିକାର ହୋଇଛନ୍ତି । ତାଙ୍କ ସରଳତାର ସୁଯୋଗ ନେଇ ସାଇବର ଠକ ୭୭ ଲକ୍ଷ ୮୬ହଜାର ୭୨୭ ଟଙ୍କା ଠକି ନେଇଛନ୍ତି ।
ଏନେଇ ସାଇବର କ୍ରାଇମ ଥାନାରେ ମାମଲା ରୁଜ୍ଜୁ ହୋଇଛି । ତାଙ୍କର ଏକାଧିକ ଆକାଉଣ୍ଟରୁ ଅନଲାଇନ ଟ୍ରାନଜାକସନ ମାଧ୍ୟମରେ ଏହି ଲୁଟ ହୋଇଛି ।
ବିଏସଏନଏଲ ନମ୍ବରଟି ଏକାଧିକ ଆକାଉଣ୍ଟରେ ଆଟାଚ ଥିଲା । ନମ୍ବର ହ୍ୟାକ କରି ସମସ୍ତ ଆକାଉଣ୍ଟର ତଥ୍ୟ ନେଇଗଲେ ସାଇବର କ୍ରିମିନାଲ । ସାଇବର ଠକ ହିନ୍ଦୀରେ 78668896 ନମ୍ବରରେ କଥା ହେଉଥିଲେ ।
କଟକରୁ ନରାୟଣ ସାହୁ, ଇଟିଭି ଭାରତ