କଟକ: ସିଲଭରସିଟି ଏବେ ସାଜିଛି ସ୍ପୋର୍ଟସ ସିଟି । ସବୁ ପ୍ରକାରର କ୍ରୀଡା ଏବେ କଟକରେ ଦୃଶ୍ୟମାନ ହେଉଛି । ବିଶେଷକରି ବାସ୍କେଟବଲ ପ୍ରତିଯୋଗିତା । ବୁଧବାର ବାରବାଟି ଷ୍ଟାଡିୟମ ସ୍ଥିତ ବାସ୍କେଟବଲ କମ୍ପ୍ଲେକ୍ସ ରେ ଆରମ୍ଭ ହୋଇଛି ୬୧ତମ ନାଲକୋ କପ ସିନିୟର ରାଜ୍ୟ ବାସ୍କେଟବଲ ଚମ୍ପିୟାନସିପ । ଏଥିରେ 31ଟି ପୁରୁଷ ଦଳ ଓ 16ଟି ମହିଳା ଦଳ ଭାଗ ନେଇଛନ୍ତି । ଏହି ପ୍ରତିଯୋଗିତା ବୁଧବାରଠୁ ଆରମ୍ଭ ହୋଇ 30 ତାରିଖ ପର୍ଯ୍ୟନ୍ତ ଚାଲିବ ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ