କଟକ: ଜଗତପୁର ଅଞ୍ଚଳରେ ପୂର୍ବତନ ସରପଞ୍ଚଙ୍କୁ ଦୁର୍ବୃତ୍ତଙ୍କ ବୋମାମାଡ଼ ଘଟଣାରେ ୬ ଅଭିଯୁକ୍ତଙ୍କୁ ଗିରଫ କରିଛି ଜଗତପୁର ଥାନା ପୋଲିସ। ଏଥିସହ ସେମାନଙ୍କ ଠାରୁ ୨ ଟି ଜୀବନ୍ତ ସୁତୁଲୀ ବୋମା,୫ ଟି ଦୁଇ ଚକିଆ ଯାନ ଓ ୫ ଟି ମୋବାଇଲ ଫୋନ ଜବତ କରିଛି ପୋଲିସ।ତେବେ ଜମି ବିବାଦକୁ ନେଇ ଅଭିଯୁକ୍ତ ମାନେ ବୋମାମାଡ଼ କରିଥିବା ଡିସିପି କହିଛନ୍ତି।
ଗିରଫ ହୋଇଥିବା ଅଭିଯୁକ୍ତଙ୍କ ବିରୋଧରେ ପୂର୍ବରୁ କୌଣସି ଅପରାଧିକ ରେକର୍ଡ ନଥିବା ଡିସିପି ସ୍ପଷ୍ଟ କରିଛନ୍ତି। ସୂଚନାଯୋଗ୍ୟ ଗତ ମେ ୩୦ ତାରିଖରେ ଜଗତପୁର ଅଞ୍ଚଳର ଜଣେ ପୂର୍ବତନ ସରପଞ୍ଚଙ୍କୁ କିଛି ଦୁର୍ବୃତ୍ତ ବୋମାମାଡ଼ କରିଥିଲେ। ତେବେ ତାଙ୍କ କାନ ରେ ଯଦିଓ ଆଘାତ ହୋଇଥିଲା ସୌଭାଗ୍ୟ ବଶତଃ ସେ ଅଳ୍ପରୁ ବର୍ତ୍ତି ଯାଇଥିଲେ। ଥାନାରେ ମାମଲା ପରେ ଜଗତପୁର ଥାନା ପୋଲିସ ଘଟଣାର ତଦନ୍ତ କରି ଆଜି ସମସ୍ତ ଅଭିଯୁକ୍ତ ମନାଙ୍କୁ ଗିରଫ କରିଛି।
କଟକରୁ ନାରାୟଣ ସାହୁ,ଇଟିଭି ଭାରତ