କଟକ: କଟକ ଚଣ୍ଡୀ ମନ୍ଦିର ପରିଦର୍ଶନ କଲେ 5T ସଚିବ ଭି.କେ ପାଣ୍ଡିଆନ । ମା'ଙ୍କ ଦର୍ଶନ କରିବା ସହ ମନ୍ଦିର ପ୍ରକଳ୍ପ ଉନ୍ନତିକରଣ କାର୍ଯ୍ୟର ନେଇ ସମୀକ୍ଷା କରିଛନ୍ତି ପାଣ୍ଡିଆନ । ଏହି ଅବସରରେ କଟକ ଜିଲ୍ଲାପାଳ, ସିଏମସି କମିଶନର ଓ କଟକ ଡିସିପି ମଧ୍ୟ ଉପସ୍ଥିତ ଥିଲେ । ଆଜି ଭୋର ସମୟରେ କଟକରେ ପହଞ୍ଚି ଚଣ୍ଡୀ ମନ୍ଦିର ପ୍ରକଳ୍ପର ସମୀକ୍ଷା କରିବା ସହ ବରିଷ୍ଠ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ ପାଣ୍ଡିଆନ ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ