ETV Bharat / city

କଟକରେ ସାମାଜିକ ଦୂରତ୍ୱକୁ ଆଖିଠାର, 575 ଗଣିଲେ ତଣ୍ଡ

author img

By

Published : Jun 18, 2020, 8:56 AM IST

ସଟଡାଉନ ପରେ ସହରରେ ପାଳିତ ହେଉନି କୋରୋନା ଗାଇଡଲାଇନ । ବିଶେଷ କରି ସାମାଜିକ ଦୂରତ୍ବ ଆଇନକୁ ସିଧାସଳଖ ଆଖିଠାର ମାରୁଛନ୍ତି ଅଭ୍ୟାସଗତ ଅମାନିଆ ଓ ସାଧାରଣ ଜନତା । ଅଧିକ ପଢନ୍ତୁ...

କଟକରେ ସାମାଜିକ ଦୂରତ୍ୱକୁ ଆଖିଠାର, 575 ଗଣିଲେ ତଣ୍ଡ
କଟକରେ ସାମାଜିକ ଦୂରତ୍ୱକୁ ଆଖିଠାର, 575 ଗଣିଲେ ତଣ୍ଡ

କଟକ: ସଟଡାଉନ ପରେ ସହରରେ ପାଳିତ ହେଉନି କୋରୋନା ଗାଇଡଲାଇନ । ବିଶେଷ କରି ସାମାଜିକ ଦୂରତ୍ବ ଆଇନକୁ ସିଧାସଳଖ ଆଖିଠାର ମାରୁଛନ୍ତି ଅଭ୍ୟାସଗତ ଅମାନିଆ ଓ ସାଧାରଣ ଜନତା ।

ରାଜ୍ୟ ସରକାର ଓ ପୋଲିସ ପ୍ରଶାସନ ଏତେ ଥର କହିଲା ପରେ ମଧ୍ୟ କଟକରେ ବଢି ଚାଲିଛି ଗାଇଡଲାଇନ ଉଲ୍ଲଂଘନ । ଯାହା ଦ୍ବାରା ଫାଇନ ଆଦାୟ ମଧ୍ୟ ବୃଦ୍ଧି ପାଇଛି । ବୁଧବାର ବିନା ମାସ୍କରେ 429 ଜଣଙ୍କ ଫାଇନ କାଟିଥିବା ବେଳେ ସାମାଜିକ ଦୂରତ୍ବ ନିୟମ ଉଲ୍ଲଂଘନ କରି 575 ଜଣ ତଣ୍ଡ ଗଣିଛନ୍ତି । ତେବେ ଯାହା ଜଣାପଡୁଛି ଆଉ କିଛିଦିନ ଭିତରେ ଏହି ସଂଖ୍ୟା ଏକ ହଜାର ପାର ହୋଇଯିବ । ତେବେ କୋରୋନା ସଂକ୍ରମଣ ରୋକିବାକୁ ସାମାଜିକ ଦୂରତା ପାଳନ କରିବା ଆବଶ୍ୟକ ହୋଇପଡିଛି ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.