ETV Bharat / city

୫୧୦ କୋଟି ଟଙ୍କାର ଜିଏସଟି ଠକେଇ ଘଟଣାର ପର୍ଦ୍ଦାଫାସ, ମୁଖ୍ୟ ଅଭିଯୁକ୍ତ ଗିରଫ

author img

By

Published : Jan 1, 2021, 5:33 PM IST

୫୧୦ କୋଟି ଟଙ୍କାର ଜିଏସଟି ଠକେଇ ଘଟଣାର ପର୍ଦ୍ଦାଫାସ। ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କଲା ଜିଏସଟି ବିଭାଗ। ଅଧିକ ପଢନ୍ତୁ...

510 crore GST fraud case exposed and accused arrested in cuttack
୫୧୦ କୋଟି ଟଙ୍କାର ଜିଏସଟି ଠକେଇ ଘଟଣାର ଫର୍ଦ୍ଧାଫାସ :ମୁଖ୍ୟ ଅଭିଯୁକ୍ତ ଗିରଫ

କଟକ: ଜିଏସଟି ଏନଫୋର୍ସମେଣ୍ଟ ଉଇଙ୍ଗ ଦ୍ବାରା ୫୧୦.୨୮ କୋଟି ଟଙ୍କାର ଜାଲ ବିଲ ରାକେଟର ପର୍ଦ୍ଦାଫାସ । ଏହି ଘଟଣାରେ ମୁଖ୍ୟ ମାଷ୍ଟରମାଇଣ୍ଡ ସନ୍ଦୀପ ମହାନ୍ତିଙ୍କୁ ଗିରଫ କରାଯାଇଛି। ୨୨ଟି ଜାଲ ବ୍ୟବସାୟିକ ପ୍ରତିଷ୍ଠାନ ସୃଷ୍ଟି କରିବା ସହ ସେଗୁଡିକ ପରିଚାଳନା କରି ୧୬୬ କୋଟି ଟଙ୍କାର ଜାଲ କିଣା ବିଲ ମାଧ୍ୟମରେ ଅଭିଯୁକ୍ତ ଜଣକ ୨୭.୨୧ କୋଟି ଟଙ୍କାର ଇନପୁଟଟାକ୍ସ କ୍ରେଡିଟ ହାତେଇଛି ।

ଏହାସହ ୩୪୪ କୋଟି ଟଙ୍କାର ଜାଲ ବିଲ ମାଧ୍ୟମରେ ୬୧.୭୯ କୋଟି ଟଙ୍କାର ଇନପୁଟ ଟାକ୍ସ କ୍ରେଡିଟ ରାଜ୍ୟ ତଥା ରାଜ୍ୟ ବାହାର ବ୍ୟବସାୟୀଙ୍କୁ ହସ୍ତାନ୍ତର କରିଛି। ଏକ ସୁଚିନ୍ତିତ ଯୋଜନାବଦ୍ଧ ଭାବେ ଏହି ମାଷ୍ଟରମାଇଣ୍ଡ ନିଜର ଟିକସ ଫାଙ୍କି କାର୍ଯ୍ୟକଳାପ ଚଳାଇଥିଲେ। ଏହି କାରବାରରେ ଆଇଟିସି ହାତେଇବା ଉଦ୍ଦେଶ୍ୟ ବ୍ୟତୀତ ଟିକସ ଫାଙ୍କି ,ବ୍ୟାଙ୍କ ଋଣ ଘୋଟଲା, ବେଆଇନ ନଗଦ କାରବାର ଚଳାଇବା ମୁଖ୍ୟ ଉଦ୍ଧେଶ୍ୟ ବୋଲି ଜଣାପଡିଛି। ବର୍ତ୍ତମାନ ସୁଦ୍ଧା ଜିଏସଟି ଠକେଇ ଅଭିଯୋଗରେ ୧୭ ଜଣ ଠକ ବ୍ୟବସାୟୀଙ୍କୁ ଗିରଫ କରାଯିବା ସହ ପ୍ରାୟ ୫୨୧୦ କୋଟି ଟଙ୍କାର ଜାଲ ବିଲ ରାକେଟର ଠାବ କରାଯାଇଛି।

ସେହିପରି ୯୭୦ କୋଟି ଟଙ୍କାର ଜାଲ ଆଇଟିସି ସେମାନଙ୍କ ମାଧ୍ୟମରେ ହସ୍ତାନ୍ତର ହୋଇଥିବା ଜଣାପଡିଛି। କେବଳ ସେତିକି ନୁହେଁ, ଜିଏସଟି ବିଭାଗ ଦ୍ଵାରା ୨୦୧୯- ୨୦ ଓ ୨୦୨୦-୨୧ ଆର୍ଥିକ ବର୍ଷରେ ୧୯ହଜାର ୫୩୯ ଜଣ ବ୍ୟବସାୟୀଙ୍କ ପଞ୍ଜିକରଣକୁ ରଦ୍ଧ କରାଯାଇଛି।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.