ETV Bharat / city

ବନ୍ଧୁକ ମୁନରେ ଲକ୍ଷାଧିକ ଟଙ୍କା ସହ ବିପୁଳ ପରିମାଣର ସୁନା ଲୁଟ୍ - ଫାଇନାନ୍ସ କମ୍ପାନୀରୁ ଲୁଟ୍ ଘଟଣା

କଟକର ଏକ ଫାଇନାନ୍ସ କମ୍ପାନୀରୁ ଲୁଟ୍ । ନଗଦ 4 ଲକ୍ଷ ଟଙ୍କା ସହ 10 କୋଟି ସୁନା ଲୁଟି ନେଇଥିବା ସୂଚନା । ଅଧିକ ପଢନ୍ତୁ...

ବନ୍ଧୁକ ମୁନରେ ଲକ୍ଷାଧିକ ଟଙ୍କା ସହ ବିପୁଳ ପରିମାଣର ସୁନା ଲୁଟ୍

author img

By

Published : Nov 19, 2020, 3:44 PM IST

Updated : Nov 19, 2020, 4:07 PM IST

କଟକ: ପୁଣି ବନ୍ଧୁକ ମୁନରେ ଲୁଟ୍, ସେ ପୁଣି ଦିନ ଦ୍ବିପ୍ରହରରେ । ଏକ ଫାଇନାନ୍ସ କମ୍ପାନୀରୁ କିଛି ଦୁର୍ବୃତ୍ତ ସୁନା ଗହଣା ସହ ନଗଦ 4 ଲକ୍ଷ ଟଙ୍କା ଲୁଟି ନେଇଥିବା ଅଭିଯୋଗ ଆସିଛି । ତେବେ ଲୁଟ୍ ହୋଇଥିବା ସୁନାର ମୂଲ୍ୟ 10 କୋଟି ହେବ ବୋଲି କୁହାଯାଉଛି ।

ସୂଚନା ଅନୁଯାୟୀ କଟକର ଏକ ଫାଇନାନ୍ସ କମ୍ପାନୀ ଆଇଆଇଏଫଲରେ କଳାକନା ବୁଲାଇ ଦେଇଛନ୍ତି ଦୁର୍ବୃତ୍ତ । ଆଜି(ଗୁରୁବାର) ସକାଳ 10ଟା ରୁ 10ଟା 10 ମଧ୍ୟରେ 4 ଜଣ ଦୁର୍ବୃତ୍ତ କମ୍ପାନୀ ମଧ୍ୟକୁ ଅଚାନକ ପ୍ରବେଶ କରିଥିଲେ । କର୍ମଚାରୀମାନେ କିଛି ବୁଝିବା ପୂର୍ବରୁ ସେମାନଙ୍କୁ ବନ୍ଧୁକ ଦେଖାଇ ଏକ କଠୋରୀରେ ବନ୍ଦ କରିଦେଇଥିଲେ ଦୁର୍ବୃତ୍ତ ।

ବନ୍ଧୁକ ମୁନରେ ଲକ୍ଷାଧିକ ଟଙ୍କା ସହ ବିପୁଳ ପରିମାଣର ସୁନା ଲୁଟ୍

ଏହାପରେ ଦୁର୍ବୃତ୍ତମାନେ କି ହୋଲଡରଙ୍କ ନିକଟରୁ ଜୋର ଜବରଦସ୍ତ ଚାବି ନେଇ ଲକର ରୁମରୁ 10 କୋଟିର ସୁନା ସହ ନଗଦ 4 ଲକ୍ଷ ଟଙ୍କା ଲୁଟି ନେଇଛନ୍ତି । ଏଥିସହ ସୁରକ୍ଷା ଦାୟିତ୍ବରେ ଥିବା ସୁରକ୍ଷାକର୍ମୀଙ୍କୁ ମାଡ ମାରିଥିବା ଅଭିଯୋଗ ଆସିଛି । ଘଟଣା ବାବଦରେ ପୋଲିସ ଖବର ପାଇ ତଦନ୍ତ ଆରମ୍ଭ କରିଛି । ତେବେ ଏଭଳି ଘଟଣା କଟକରେ ପ୍ରଥମ ଥର ପାଇଁ ଘଟିଥିବା କୁହାଯାଉଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Last Updated : Nov 19, 2020, 4:07 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.