ETV Bharat / city

ଅଟୋ ଡ୍ରାଇଭରଙ୍କୁ 4 କୋଟି ଜରିମାନା ଘଟଣା, GSTକୁ ନୋଟିସ୍

ରାଉରକେଲାର ଜଣେ ଅଟୋ ଡ୍ରାଇଭରଙ୍କୁ ୪ କୋଟି ୩୧ ଲକ୍ଷ ୩୯ ହଜାର ୬୭୨ ଟଙ୍କା ଜରିମାନା ଘଟଣାର ଶୁଣାଣି ଆଜି ହାଇକୋର୍ଟରେ ହୋଇଛି । ଏନେଇ ଜିଏସଟି କର୍ତ୍ତୃପକ୍ଷଙ୍କୁ ନୋଟିସ୍ ଜାରି କରାଯାଇଛି । ଅଧିକ ପଢନ୍ତୁ...

ଅଟୋ ଡ୍ରାଇଭରଙ୍କୁ 4 କୋଟି ଜରିମାନା ଘଟଣା, GST କୁ ନୋଟିସ୍ ଜାରି

author img

By

Published : Jun 29, 2021, 12:30 PM IST

କଟକ: ରାଉରକେଲାର ଜଣେ ଅଟୋ ଡ୍ରାଇଭରଙ୍କୁ ଜିଏସଟି କମିଶନରଙ୍କ କାର୍ଯ୍ୟାଳୟରୁ ଜାରି ଜରିମାନାରେ ୪ କୋଟି ୩୧ ଲକ୍ଷ ୩୯ ହଜାର ୬୭୨ ଟଙ୍କା ପଇଠ ପାଇଁ କୁହାଯିବା ଘଟଣା ଗତ ବର୍ଷ ଆଲୋଚନାର ବିଷୟ ପାଲଟିଥିଲା । ଏନେଇ ହାଇକୋର୍ଟରେ ଶୁଣାଣି ହୋଇ ଆବେଦନକାରୀ ପକ୍ଷ ରଖିବା ପରେ ଏହି କାରଣ ଦର୍ଶାଅ ନୋଟିସ୍ ଉପରେ ଜିଏସଟି କର୍ତ୍ତୃପକ୍ଷ ଉପଯୁକ୍ତ ନିର୍ଦ୍ଦେଶ ପ୍ରଦାନ କରିବେ ‌ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ଆବେଦନକାରୀ ରାଜେନ୍ଦ୍ର ପଲାଇ ଜିଏସଟି କମିଶନରଙ୍କ କାର୍ଯ୍ୟାଳୟରୁ ଜାରି ‌ନୋଟିସ୍ ଉପରେ ଜୁଲାଇ ୧୯ ତାରିଖ ପୂର୍ବରୁ ଜବାବ ରଖିବେ । ଏହା ପୂର୍ବରୁ ଜୁଲାଇ ୧ ତାରିଖରେ କଟକ ସିଟି ଜିଏସଟି(ଲ) କମିଶନରେଟର ଡେପୁଟି କମିଶନରଙ୍କ କାର୍ଯ୍ୟାଳୟରେ ଆବେଦନକାରୀଙ୍କୁ ଏ ସମ୍ପର୍କିତ ନଥିପତ୍ର ଅନୁଧ୍ୟାନ କରିବାକୁ ଅନୁମତି ଦିଆଯିବ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଚାରି ସପ୍ତାହ ମଧ୍ୟରେ ଏହି ପ୍ରସଙ୍ଗରେ ଶୁଣାଣି ପାଇଁ ଜିଏସଟି କର୍ତ୍ତୃପକ୍ଷ ଏକ ତାରିଖ ଧାର୍ଯ୍ୟ କରିବେ ଓ ଶୁଣାଣି ତାରିଖ ନେଇ ଅତି କମରେ ଏକ ସପ୍ତାହ ପୂର୍ବରୁ ଆବେଦନକାରୀଙ୍କୁ ଅବଗତ କରାଯିବ ।

ଏହାପରେ ଏହି ପ୍ରସଙ୍ଗରେ ଶୁଣାଣି କରି ସେପ୍ଟେମ୍ବର ୬ ତାରିଖ ସୁଦ୍ଧା ଜିଏସଟି କର୍ତ୍ତୃପକ୍ଷ ଉପଯୁକ୍ତ ନିର୍ଦ୍ଦେଶ ପ୍ରଦାନ କରିବେ । ସେପ୍ଟେମ୍ବର ୧୩ ତାରିଖ ସୁଦ୍ଧା ଆବେଦନକାରୀଙ୍କୁ ଏନେଇ ଅବଗତ କରାଯିବ । ଯଦି ଜିଏସଟି କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶକୁ ନେଇ ଆବେଦନକାରୀ ଅସନ୍ତୁଷ୍ଟ ହୁଅନ୍ତି ତେବେ ଆଇନ ଅନୁସାରେ ପରବର୍ତ୍ତୀ ପଦକ୍ଷେପ ନେଇପାରିବେ ବୋଲି ହାଇକୋର୍ଟଙ୍କ ରାୟରେ ଉଲ୍ଲେଖ କରାଯାଇଛି । ଏଥିସହ ଏ ସମ୍ପର୍କିତ ମାମଲାର ଶୁଣାଣିରେ ହାଇକୋର୍ଟ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି । ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ ମୁରଲୀଧର ଓ ଜଷ୍ଟିସ୍ ସଞ୍ଜିବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରି ନିର୍ଦ୍ଦେଶ ଦେଇଛନ୍ତି ।

ମାମଲାର ବିବରଣୀରୁ ପ୍ରକାଶ ଯେ ଗରିବ ଲୋକଙ୍କ ନାଁରେ ବ୍ୟାପକ ଜିଏସଟି ଜାଲିଆତି ପ୍ରସଙ୍ଗକୁ ନେଇ ହାଇକୋର୍ଟରେ ଏହି ମାମଲା ରୁଜୁ ହୋଇଥିଲା । ଆବେଦନରେ ଦର୍ଶାଯାଇଥିଲା ଯେ ପେସାରେ ଅଟୋ ଡ୍ରାଇଭର ଥିବା ଆବେଦନକାରୀ ନିକଟରେ ଜିଏସଟି କମିଶନରଙ୍କ କାର୍ଯ୍ୟାଳୟରୁ ଏକ ନୋଟିସ୍ ପାଇଥିଲେ। ତାଙ୍କୁ ଜରିମାନା ବାବଦରେ ୪ କୋଟି ୩୧ ଲକ୍ଷ ୩୯ ହଜାର ୬୭୨ ଟଙ୍କା ପଇଠ ପାଇଁ ଏହି ନୋଟିସ୍ ଜାରି କରାଯାଇଥିଲା । କଟକ ବକ୍ସିବଜାରର ଏକ କମ୍ପାନୀର ଜିଏସଟି ପ୍ରସଙ୍ଗରେ ଏହି ନୋଟିସ୍ ଜାରି କରାଯାଇଥିଲା । ରାଉରକେଲା ଉଦିତନଗର ବସ୍ତିର ପାଇପ ମେକାନିକ୍ ସମୀର ଜୋଜୋଙ୍କ ମଧ୍ୟ ସମାନ ଅବସ୍ଥା । ତାଙ୍କ ନାଁରେ ଥିବା ଏକ ସଂସ୍ଥା ପାଇଁ ଜିଏସଟି କମିଶନରଙ୍କ କାର୍ଯ୍ୟାଳୟରୁ ମଧ୍ୟ ନୋଟିସ୍ ଜାରି କରାଯାଇଥିଲା । ବଲାଙ୍ଗୀରରେ ମଧ୍ୟ ସମାନ ଧରଣର ଜିଏସଟି ଠକେଇ ନେଇ ଗଣମାଧ୍ୟମରେ ଖବର ପ୍ରସାରଣ ହୋଇଥିଲା । ଯେଉଁ କମ୍ପାନୀ ବିଷୟରେ ଏମାନେ ଜାଣି ନାହାନ୍ତି କି ଶୁଣି ନାହାନ୍ତି ତା ନାଁରେ ନୋଟିସ୍ ମିଳିବା ପରେ ଏହି ବ୍ୟକ୍ତିମାନେ ଆଶ୍ଚର୍ଯ୍ୟ ହୋଇଥିଲେ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.