କଟକ: ରାଜ୍ୟକୁ ଘାରିଛି ଡେଙ୍ଗୁ ଜ୍ବର । ଡେଙ୍ଗୁରେ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଆଜି(ଶନିବାର) ସ୍ଥାନୀୟ ବଡ ମେଡିକାଲ (ଏସ୍ସିବି)ରେ ଆଉ ଜଣେ ଡେଙ୍ଗୁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ମୃତକ ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଅନ୍ତର୍ଗତ ବାଲିତୁଠ ପଞ୍ଚାୟତ ବିଜିପୁର ଗ୍ରାମର କୈଳାସ ସାହୁ ।
କୈଳାସ ଗତ ୪ ଦିନ ତଳେ ଏସ୍ସିବିର ଡେଙ୍ଗୁ ୱାର୍ଡରେ ଭର୍ତ୍ତି ହୋଇଥିଲେ । ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଏସ୍ସିବି ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ମାତ୍ର ଆଜି ତାଙ୍କର ମୃତ୍ୟୁ ଘଟିଛି । ଏହି ମୃତ୍ୟୁକୁ ମିଶାଇ ଏସସିବିରେ ଚଳିତବର୍ଷ ଡେଙ୍ଗୁରେ ୩ ଜଣଙ୍କର ମୃତ୍ୟୁ ଘଟିଲାଣି । ଏନେଇ ବିଭାଗୀୟ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ