କଟକ: କଟକ ମହାନଗର ନିଗମରେ ମଙ୍ଗଳବାର ୨୬ କରୋନା ପଜେଟିଭ ଚିହ୍ନଟ କରାଯାଇଛି । ୪ ଜଣ ହୋମକ୍ଵାରେଣ୍ଟାଇନରୁ ଚିହ୍ନଟ ହୋଇଥିବାବେଳେ ୯ ଜଣ ଶିକ୍ଷାନୁଷ୍ଠାନ କ୍ୱାରେଣ୍ଟାଇନରୁ ଚିହ୍ନଟ କରାଯାଇଛି । ସେହିପରି ୧୩ ଜଣ ସ୍ଥାନୀୟ ଆକ୍ରାନ୍ତ କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି ।
ଏପର୍ଯ୍ୟନ୍ତ କଟକ ମହାନଗର ନିଗମ ଅଞ୍ଚଳରୁ ୧୫ ହଜାର ୫୫୩ ଆକ୍ରାନ୍ତ ଚିହ୍ନଟ କରାଯାଇଥିଲାବେଳେ ୧୫ ହଜାର ୯୬ ଜଣ ସୁସ୍ଥ ହୋଇ ଫେରିଛନ୍ତି । ୭୯ ଜଣଙ୍କର ମୃତ୍ୟୁ ଘଟିଛି । ସେହିପରି ୩୭୮ ଜଣ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ସିଏମସି ପକ୍ଷରୁ ସୂଚନା ଦିଆଯାଇଛି। କଟକ ମହାନଗର ନିଗମରେ ଆଜି ଜଣଙ୍କର ମୃତ୍ୟୁ ଘଟିଥିବା ସିଏମସି ପକ୍ଷରୁ ସୂଚନା ଦିଆଯାଇଛି।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ