କଟକ: ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି ଗଣିତ ପରୀକ୍ଷା। ସକାଳ ୧୦ ଟାରୁ ପରୀକ୍ଷା ଆରମ୍ଭ ହୋଇ ଅପରାହ୍ନ ୧୨ ଟା ୪୫ ରେ ଶେଷ ହୋଇଥିଲା । ପ୍ରତ୍ୟକ ଦିନ ପରୀକ୍ଷା ପାଇଁ ଅଢେଇ ଘଣ୍ଟା ସମୟ ଦିଆଯାଉଥିଲା ବେଳେ ଗଣିତ ପରୀକ୍ଷା ପାଇଁ ଅଧିକ ୧୫ ମିନିଟ ସମୟ ଦିଆଯାଇଥିଲା। ମାତ୍ର ଆଜି ଗଣିତ ପରୀକ୍ଷାରେ କପି କରି ୨୪୩ ଜଣ ପରୀକ୍ଷାର୍ଥୀ ଧରାପଡିଛନ୍ତି ।
ଏପଟେ ଆଜି ମାଟ୍ରିକ ପରୀକ୍ଷାର ଚତୁର୍ଥ ଦିନରେ ଗଣିତ ଥିବାରୁ ପରୀକ୍ଷା ବେଶ୍ ଭଲ ହୋଇଥିବା ପରୀକ୍ଷାର୍ଥୀମାନେ କହିଛନ୍ତି। ଉଭୟ ଅବଜେକ୍ଟିଭ ଓ ସବଜେକ୍ଟିଭ ପ୍ରଶ୍ନପତ୍ର ଭଲ ଆସିଥିବା ପରୀକ୍ଷାର୍ଥୀ କହିଛନ୍ତି। ସେହିପରି ଆଜି ପରୀକ୍ଷା ପରିଚାଳନାରେ କୌଣସି ତ୍ରୁଟି ଆସିନଥିବା ବୋର୍ଡ ସଭାପତି କହିଛନ୍ତି।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ