କଟକ: ପବିତ୍ର ରଥଯାତ୍ରା ପାଇଁ ପୁରୀକୁ ଗଡିବ 200ଟି ସ୍ବତନ୍ତ୍ର ବସ୍ । ରଥଯାତ୍ରା ପାଇଁ ପୁରୀକୁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଆଗମନକୁ ଦୃଷ୍ଟିରେ ଏଭଳି ପଦକ୍ଷେପ ନେଇଛି ରାଜ୍ୟ ଘରୋଇ ବସ୍ ମାଲିକ ସଂଘ । ମଙ୍ଗଳବାର ସନ୍ଧ୍ୟାରୁ ଏହି ସେବା ଉପଲବ୍ଧ ଆରମ୍ଭ ହୋଇଛି ।
ରଥଯାତ୍ରା ଠାରୁ ବାହୁଡା ଯାତ୍ରା ପର୍ଯ୍ୟନ୍ତ ଯାତ୍ରୀଙ୍କୁ ଏହି ସୁବିଧା ଯୋଗାଇ ଦିଆଯିବ । ଯାତ୍ରୀଙ୍କ ସୁବିଧା ପାଇଁ ତାଳ ବଣିଆ ଠାରେ ଆଶ୍ରୟସ୍ଥଳୀର ବ୍ୟବସ୍ଥା କରାଯାଇଛି। ଯାତ୍ରୀମାନେ ସେଠାରେ ବିଶ୍ରାମ ନେଇପାରିବେ । କେବଳ ସେତିକି ନୁହେଁ, ଯାତ୍ରୀଙ୍କ ପାଇଁ ମାତ୍ର ୧୦ ଟଙ୍କାରେ ଖାଦ୍ୟ ଯୋଗାଇ ଦିଆଯିବ ବୋଲି କହିଛି ରାଜ୍ୟ ବସ ମାଲିକ ସଂଘ ।
ସେହିପରି ଦିବ୍ୟାଙ୍ଗଙ୍କ ପାଇଁ ବ୍ୟାଟେରୀ ଚାଳିତ ଗାଡିର ସୁବିଧା କରାଯାଇଛି । ଏହାଦ୍ୱାରା ବସ ଷ୍ଟାଣ୍ଡରୁ ବଡ଼ଦାଣ୍ଡ ପର୍ଯ୍ୟନ୍ତ ସୁବିଧାରେ ସେମାନେ ଯାତ୍ରା କରିପାରିବେ । ସେହିପରି ବସଷ୍ଟାଣ୍ଡମାନଙ୍କରେ ଟୋଲ ନମ୍ବରର ବ୍ୟବସ୍ଥା କରାଯାଇଛି । କୌଣସି ଅସୁବିଧା ଥିଲେ ଏହି ଟୋଲ ଫ୍ରି ନମ୍ବରର ସାହାଯ୍ୟ ନେଇପାରିବେ ଯାତ୍ରୀ ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ