ETV Bharat / city

ନଅଙ୍କ ଦୁର୍ଭିକ୍ଷକୁ ନେଇ ନିଆରା ପ୍ରଦର୍ଶନୀ: କଟକ କ୍ଲବ କାନ୍ଥରେ ଶୋଭାପାଇଲା ଦୁଃଖ ଦୁର୍ଦ୍ଦଶାର ଚିତ୍ର - ନଅଙ୍କ ଦୁର୍ଭିକ୍ଷ ଚିତ୍ର ପ୍ରଦର୍ଶନୀ

୧୮୬୬ ମସିହା ନଅଙ୍କ ଦୁର୍ଭିକ୍ଷର ବିକଟ ଚିତ୍ରକୁ ପୁଣି ଥରେ ଜନମାନସରେ ସତେଜ କରିବାକୁ କଟକରେ ଇନଟାକ୍ ପକ୍ଷରୁ ଆରମ୍ଭ ହେଲା ପ୍ରଦର୍ଶନୀ । ଅଧିକ ପଢନ୍ତୁ

ନଅଙ୍କ ଦୁର୍ଭିକ୍ଷର ପୁନରାବୃତ୍ତି ନ ହେଉ ଉଦ୍ଦେଶ୍ୟରେ ନିଆରା ପ୍ରଦର୍ଶନୀ

author img

By

Published : Jun 18, 2022, 5:29 PM IST

Updated : Jun 18, 2022, 7:54 PM IST

କଟକ: ୧୮୬୬ ମସିହା ନଅଙ୍କ ଦୁର୍ଭିକ୍ଷର ବିକଟ ଚିତ୍ରକୁ ପୁଣି ଥରେ ଜନମାନସରେ ସତେଜ କରିବାକୁ ପ୍ରୟାସ । ଏହି ପ୍ରୟାସର ଅଂଶ ସ୍ବରୂପ କଟକରେ ଇନଟାକ୍ ପକ୍ଷରୁ ଆରମ୍ଭ ହୋଇଛି ଏକ ନିଆରା ପ୍ରଦର୍ଶନୀ । ଏହି ପ୍ରଦର୍ଶନୀରେ ନଅଙ୍କ ଦୁର୍ଭିକ୍ଷ ସମୟର କିଛି ବିରଳ ଚିତ୍ର, ଅନ୍ତର୍ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଆଦି ପ୍ରଦର୍ଶିତ ହେଉଛି । ଏହି ପ୍ରଦର୍ଶନୀର ଉଦଘାଟନ କରିଛନ୍ତି ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ଏସ ମୂରଲୀଧର ।

ନଅଙ୍କ ଦୁର୍ଭିକ୍ଷକୁ ନେଇ ନିଆରା ପ୍ରଦର୍ଶନୀ: କଟକ କ୍ଲବ କାନ୍ଥରେ ଶୋଭାପାଇଲା ଦୁଃଖ ଦୁର୍ଦ୍ଦଶାର ଚିତ୍ର

ଜଷ୍ଟିସ ଏସ ମୂରଲୀଧର କହିଛନ୍ତି, ସମସ୍ତେ ଏହି ଦୁର୍ଭିକ୍ଷରୁ ଶିଖିବା କଥା, ଦୁର୍ଭିକ୍ଷ କେବଳ ଏକ ପ୍ରାକୃତିକ ବିପର୍ଯ୍ୟୟ କାରଣରୁ ହୁଏ ନାହିଁ, ଅଧିକାଂଶ ସମୟରେ ଏହା ମନୁଷ୍ୟକୃତ ହୋଇଥାଏ । ତେବେ ଏହି ପ୍ରଦର୍ଶନୀ ସାହାଯ୍ୟରେ ଇତିହାସର ସେହି ଲୋମହର୍ଷଣକାରୀ ଦୃଶ୍ୟ ସମସ୍ତଙ୍କ ପାଇଁ ପାଲଟିଛି ଏକ ଶିକ୍ଷା । ଗଜପତି ମହାରାଜା ତୃତୀୟ ଦିବ୍ୟସିଂହ ଦେବଙ୍କ ରାଜତ୍ୱ କାଳରେ ଆସିଥିଲା ଏହି ଭୟଙ୍କର ନଅଙ୍କ ଦୁର୍ଭିକ୍ଷ । ଖାଦ୍ୟର ଘୋର ଅଭାବ ଦେଖିବାକୁ ମିଳିଥିଲା । ଭୋକ ଉପାସରେ ଭିକ ମାଗିଥିଲେ ଲୋକେ । ଆଉ ଭିକ ନମିଳିଲେ ଯାଉଥିଲା ଜୀବନ । କେତେ ଯେ ମର ଶରୀର ପଡିଥାଏ ତାହାର କଳନା କରିବା କଷ୍ଟ । ଏହି ଲୋମ ହର୍ଷଣକାରୀ କାହାଣୀକୁ ଆଜି କଟକ କ୍ଲବର କାନ୍ଥରେ ଚିତ୍ର ସାହାଯ୍ୟରେ ପ୍ରଶାସନିକ ଏବଂ ରାଜନୈତିକ ବିଫଳତାକୁ ପୁନଃ ଜୀବିତ କରିବା ପାଇଁ ଇନଟାକ୍ ତରଫରୁ ଏକ ନିଆରା ପ୍ରୟାସ ଆରମ୍ଭ କରାଯାଇଛି ।

ଐତିହାସିକ ଅନୀଲ ଧିରଙ୍କ ପ୍ରୟାସରେ ଏହି ବିରଳ ପ୍ରଦର୍ଶନୀ ଆରମ୍ଭ ହୋଇଛି, ଯାହା ଦୁଇ ଦିନ ଧରି ଚାଲିବ । ଅନ୍ୟପଟେ ଇତିହାସରୁ ମଣିଷ ଶିକ୍ଷା ନିଏ । ତେଣୁ ନଅଙ୍କ ଦୁର୍ଭିକ୍ଷର ଫଟୋ ଓ ଅନ୍ତର୍ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ଖବରକୁ ନେଇ ଏଭଳି ପ୍ରଦର୍ଶନୀର ଆୟୋଜନ କରାଯାଇଛି । ନଅଙ୍କରେ ଓଡ଼ିଶାର କଟକ, ପୁରୀ ଓ ବାଲେଶ୍ବରରେ ଏକତୃତୀୟାଂଶ ଲୋକଙ୍କ ଜୀବନ ଯାଇଥିଲା । ସେତବେଳର ଓଡିଶା ଏବଂ ବର୍ତ୍ତମାନର ଓଡିଶାରେ ବହୁ ପରିବର୍ତ୍ତନ ଘଟିଛି । ନଅଙ୍କ ପରେ କେନାଲ ଯୋଗେ ଜଳସେଚନ ଆରମ୍ଭ ହୋଇଛି, ଉଚ୍ଚଶିକ୍ଷାର ସୁବିଧା ହେଇଛି, ଏସସିବି ମେଡିକାଲ ଭଳି ଚିକିତ୍ସା ଭିତ୍ତିଭୂମି ଗଢି ଉଠିଛି । କିନ୍ତୁ ବର୍ତ୍ତମାନ ସମୟରେ ଯେଭଳି ଭାବେ ପରିବେଶ ପରିବର୍ତ୍ତନ ହେଉଛି, କିଛି ବି ଘଟିପାରେ ବୋଲି ପରିବେଶବିତ ଆଶଙ୍କା କରିଛନ୍ତି ।

ତେବେ ପରିବେଶବିତ ଓ ଐତିହାସିକମାନେ ନଅଙ୍କ ଦୁର୍ଭିକ୍ଷର ଏକ ସ୍ମାରକୀ ପ୍ରତିଷ୍ଠା ପାଇଁ ଦାବି କରିଛନ୍ତି । ଏହିଭଳି ସ୍ମାରକୀ ପ୍ରତିଷ୍ଠା ଆମକୁ ଅନବରତ ସତର୍କ ଓ ସମ୍ବେଦନଶୀଳ ରହିବା ପାଇଁ ପ୍ରେରଣା ଦେବ ବୋଲି ଐତିହାସିକମାନେ ମତ ଦେଇଛନ୍ତି ।

ଇଟିଭି ଭାରତ, କଟକ

Last Updated : Jun 18, 2022, 7:54 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.