କଟକ: କଟକ ମହାନଗର ନିଗମରୁ ଶନିବାର ୧୮୪ କୋରୋନା ପଜେଟିଭ ଚିହ୍ନଟ କରାଯାଇଛି । ସେଥିରୁ ୫୭ ଜଣ ହୋମ କ୍ବାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ୫୦ ଜଣ କ୍ବାରେଣ୍ଟାଇନ କେନ୍ଦ୍ରରୁ ଚିହ୍ନଟ ହୋଇଛନ୍ତି । ୭୭ ଜଣ ସ୍ଥାନୀୟ ସଂକ୍ରମଣ ମାମଲା ରହିଛି ।
ଏପର୍ଯ୍ୟନ୍ତ କଟକ ମହାନଗର ନିଗମ ଅଞ୍ଚଳରୁ ୫୯୮୦ ପଜିଟିଭ ଚିହ୍ନଟ କରାଯାଇଥିଲା ବେଳେ ୪୨୨୨ ଜଣ ସୁସ୍ଥ ହୋଇଛନ୍ତି । ଏହାସହ ୨୯ ଜଣଙ୍କର ମୃତ୍ୟୁ ଘଟିଛି । ସେହିପରି ୧୭୨୯ ଜଣ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ସିଏମସି ପକ୍ଷରୁ ସୂଚନା ଦିଆଯାଇଛି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ