ETV Bharat / city

କୋରୋନା କଷ୍ଟ: ଦୁଃଖ ଦେଇଗଲା ଦହିବରା ହାଣ୍ଡି, ଦୁର୍ଦ୍ଦିନରେ ବ୍ୟବସାୟୀ

author img

By

Published : Apr 26, 2020, 5:24 PM IST

Updated : Apr 26, 2020, 8:19 PM IST

ଖାଲି ପଡିଛି ଠେଲା ଗାଡି । ଆଲୋଡା ହୋଇଛି ଦହିହାଣ୍ଡି । ବାଉନ ବଜାର ତେପନ ଗଳିରେ ଆଜି ଶୁଭୁନାହିଁ ଦହି ବରା ଡାକ । କାରଣ କୋରୋନା କୋପରେ ବୁଡିଛି ଦହି ବରା ବ୍ୟବସାୟ । ଅଧିକ ପଢନ୍ତୁ...

କୋରୋନା ଛଡାଇଲା ଦାନା; ଦୁର୍ଦ୍ଦିନରେ ଦହି ବରା ବ୍ୟବସାୟୀ

କଟକ: ହଜାରେ ବର୍ଷର ସହର କଟକ । ବାଉନ ବଜାର ତେପନ ଗଳିକୁ ତାରକାସି କାମ ପାଇଁ ଜଣାଶୁଣା ଏ ସହର। ଆଉ ଏହି ସବୁକୁ ଆହୁରି ରୁଦ୍ଧିମନ୍ତ କରେ ପ୍ରସିଦ୍ଧ ସୁସ୍ବାଦୁ କଟକିଆ ଦହିବରା । ହେଲେ ମହାମାରୀ କୋରୋନା କୋପର ଶିକାର ହୋଇଛି ଏହି ବ୍ୟଞ୍ଜନ । ଅଲୋଡା ହୋଇଛି ଦହିହାଣ୍ଡି । ଚୁଲିରେ ବସୁନାହିଁ ତେଲ କଡାଇ । ନିରବି ଯାଇଛି ବିରି ବଟା ଯନ୍ତ୍ର । ଆଉ ରାସ୍ତାକଡରେ ଗ୍ରାହକଙ୍କୁ ଅପେକ୍ଷା କରୁନାହିଁ ଠେଲାଗାଡି ।

କୋରୋନା କଷ୍ଟ: ଦୁଃଖ ଦେଇଗଲା ଦହିବରା ହାଣ୍ଡି, ଦୁର୍ଦ୍ଦିନରେ ବ୍ୟବସାୟୀ

କଟକର ଖୁବ ପରିଚିତ ଆଉ ପୁରୁଣା ରଘୁ ମଉସାଙ୍କ ଦହିବରା । 80 ବର୍ଷୀୟ ଏହି ମଉସା ତାଙ୍କ 60 ବର୍ଷର ବ୍ୟବସାୟ ମଧ୍ୟରେ ଏମିତି ସମୟ ଦେଖିନଥିଲେ । ବର୍ତ୍ତମାନର ପରିସ୍ଥିତି ଦେଖି ତାଙ୍କ ଛଳଛଳ ହୋଇପଡୁଛି । କେବଳ ସେ ନୁହଁନ୍ତି ତାଙ୍କ କଟକ ପ୍ରାୟ ଦେଢ ହଜାର ଦହି ବରା ବ୍ୟବସାୟୀ ଏବେ ରୋଜଗାର ହରାଇ ଦୁର୍ଦିନରେ ।

ଖରା ଦିନ ସମୟ ମାନେ ଦହିବରାର ଡିମାଣ୍ଡ । ଏବେ ଜମିଥାନ୍ତା ବେପାର । 5 ଜାଗାରେ 10 ହେଇଥାନ୍ତା ରୋଜଗାର। ଏପରିକି ଥକାଏ ବସିବାକୁ ବି ସମୟ ମିଳିନଥାନ୍ତା । ହେଲେ ଏବେ ଘରେ ବସି ବସି ଦିନ କଟୁଛି । କାରଣ ଅଦୃଶ୍ୟ, ଅପରିଚିତ କୋରୋନା ସବୁ ଶେଷ କରିଦେଇଛି । ଆଉ ଆଗକୁ ଲକଡାଉନ ଫିଟିଲେ ବି ବେପାର ହେବ କି ନାହିଁ ସେ ଚିନ୍ତାରେ ବ୍ୟବସାୟୀ ।

ସେପଟେ ଶନିବାର କେନ୍ଦ୍ରଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶନାମା ଅନୁସାରେ ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଖୋଲିବ ଅତ୍ୟାବଶ୍ୟକ ସାମଗ୍ରୀ ସହ ଅନ୍ୟାନ୍ୟ ଦୋକାନ । ହେଲେ ଦହିବରା ହେଉକି ରାସ୍ତାକଡ ଜଳଖିଆ ଦୋକାନ ଖୋଲିବାକୁ ନାହିଁ ଅନୁମତି । ଯାହା ଏବେ ଦହିବରା ବ୍ୟବସାୟୀଙ୍କ ପାଇଁ ବୋଝ ଉପରେ ନଳିତା ବିଡା ପରି ହୋଇଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Last Updated : Apr 26, 2020, 8:19 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.