ETV Bharat / city

‘ହମ ଲୋଗ ତୋ ଐସେ ଦିୱାନେ, ଦୁନିଆ କୋ ବଦଲକର ମାନେଙ୍ଗେ’

ବିଧାୟକ ପ୍ରାର୍ଥୀ ଭାବରେ ଏହା ଶେଷ ନିର୍ବାଚନ। ହେଲେ ମଲାଯାଏ ରାଜନୀତି କରିବେ ଏବଂ ଲୋକଙ୍କ ସହ ରହିବେ। ଇଟିଭି ଭାରତକୁ ସ୍ବତନ୍ତ୍ର ସାକ୍ଷାତକାର ଦେଇ ଏଭଳି ପ୍ରତିକ୍ରିୟା ରଖିଛନ୍ତି ଆଠଗଡର ବିଜେଡି ବିଧାୟକ ପ୍ରାର୍ଥୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ
author img

By

Published : Apr 17, 2019, 9:46 AM IST

Updated : Apr 17, 2019, 9:59 AM IST

କଟକ: ଜିଲ୍ଲା ଆଠଗଡ। ରାଜ୍ୟ ବିଧାନସଭାର 89 ନିର୍ବାଚନମଣ୍ଡଳୀ । ବିଜେଡିର ଗଡ ଭାବରେ ପରିଚିତ ଆସନ । ଏହି ଆସନରୁ 6 ଥର ନିର୍ବାଚନ ହୋଇଛନ୍ତି ବର୍ତ୍ତମାନର ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ । ଏଥର ବି ବିଜେଡି ଟିକେଟରେ ଲଢୁଛନ୍ତି ରଣେନ୍ଦ୍ର ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

1990ରେ ପ୍ରଥମ ଥର ପାଇଁ ଜନତା ଦଳ ଟିକେଟରୁ ବିଜୟୀ ହୋଇଥିଲେ ରଣେନ୍ଦ୍ର ପ୍ରତାପ ସ୍ବାଇଁ । ପରେ ବିଜୟ ପରେ ବିଜୟ । 2009ରେ ବିଜେଡି ଟିକେଟରୁ ବାଦ ପଡିଥିଲେ ସେ । ହେଲେ 2012 ଉପନିର୍ବାଚନରେ ପୁଣି କମବ୍ୟାକ କରିଥିଲେ ଏହି ଭେଟେରାନ ନେତା ।

ରଣେନ୍ଦ୍ର ପ୍ରତାପ ସ୍ବାଇଁ ୱରଫ ରାଜା ଭାଇ। ଆଠଗଡର ଲୋକପ୍ରିୟ ନେତା। ଏଥର ବି ଶିକ୍ଷା ଏବଂ ସ୍ବାସ୍ଥ୍ୟ ଉପରେ ପ୍ରାଥମିକତା କଥା କହିଛନ୍ତି ରଣେନ୍ଦ୍ର । ଟିକାକରଣର ସଫଳ ରୂପାୟନ ଉପରେ ସେ ଗୁରୁତ୍ବ ଦେଇଛନ୍ତି । ମଡେଲ ସ୍କୁଲ କଥା କହିଛନ୍ତି । ଲୋକଙ୍କ ସେବା କରିବା ତାଙ୍କ ଏକମାତ୍ର କର୍ତ୍ତବ୍ୟ ବୋଲି କହିଛନ୍ତି ଶ୍ରୀଯୁକ୍ତ ସ୍ବାଇଁ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ସ୍ଲୋଗ-ଘର ବାଡି ବିବାଦକୁ କେନ୍ଦ୍ର କରି ପୁତୁରା ଗାମୁଛା ଗୁଡ଼ାଇ ଚାପି ଧରିଲା ଦାଦା ର ତଣ୍ଟି 

ଆଙ୍କର - କେନ୍ଦୁଝର ଜିଲ୍ଲା  ଆନନ୍ଦପୁର ଥାନା ଅନ୍ତର୍ଗତ କୋଡ଼ ପଡ଼ା ଗ୍ରାମରେ ଘର ବାଡ଼ି ବିବାଦ କୁ କେନ୍ଦ୍ର କରି  ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି । ଘଟଣା ରୁ ପ୍ରକାଶ ଯେ କୋଡ଼ପଡ଼ା ଗ୍ରାମର ଗୋପାଳ ସାହୁ ନିଜ ଘର କାମ କରୁଥିବା ବେଳେ ଏହାକୁ ବାରଣ କରି ନିଜ ପୁତୁରା ଓ ଝିଆରୀ ୧. ସଞ୍ଜୟ କୁମାର ସାହୁ ୨. କୃଷ୍ଣ ସାହୁ (କାଠିଆ)  ୩. ପ୍ରିୟଙ୍କା ସାହୁ ମିଳିତ ଭାବରେ ନିଜ ଦାଦା ଗୋପାଳ ସାହୁଙ୍କୁ ଆକ୍ରମଣ କରିବା ସହ ହତ୍ୟା ଉଦ୍ଦେଶ୍ୟରେ  ପୁତୁରା ମାନେ ଗାମୁଛା ଗୁଡ଼ାଇ ନିଜ ଦାଦାର ତଣ୍ଟି କୁ ଚାପି ଧରିବା ଫଳରେ ସେ ଖଣ୍ଡିଆ ଖାବରା ହୋଇ ସଂଜ୍ଞା ହୀନ ହୋଇ ପଡ଼ିଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ  ଉପଖଣ୍ଡ ଚିକିତ୍ସାଳୟ , ଆନନ୍ଦପୁରରେ ଭର୍ତ୍ତି କରାଯାଇଛି । ଏହାକୁ ନେଇ ଆନନ୍ଦପୁର ଥାନାରେ ଆହତଙ୍କ ପରିବାର ତରଫରୁ ଏତଲା ମଧ୍ୟ ଦିଆଯାଇଛି । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି।

Visual FTP re Jaichi

ଆନନ୍ଦପୁର ରୁ ସ୍ମୃତି ରଞ୍ଜନ ବିହାରୀ
Last Updated : Apr 17, 2019, 9:59 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.