ETV Bharat / city

Zee Sarthak New Campaign: ନୂଆ କାହାଣୀ ନୂଆ ରଙ୍ଗରେ ଅତୁଟ ସମ୍ପର୍କ ଆମ ସାଙ୍ଗରେ

author img

By

Published : Jun 15, 2022, 10:24 AM IST

ଓଡିଆ ନାରୀର ମନୋବଳ, ଆଉ ଗୁଣମାଧୁର୍ଯ୍ୟକୁ ଏକ ଅନୁପମ ଢ଼ଙ୍ଗରେ ପ୍ରଦର୍ଶନ କରି ଏକ ନୂଆ ବ୍ରାଣ୍ଡର ପରିଚୟ ନେଇ ନୂଆ ରୂପରେ ଆସିଛି ଜୀ ସାର୍ଥକ । ଓଡିଆ ଦର୍ଶକମାନଙ୍କ ଭଲପାଇବା ଓ ସୁଦୀର୍ଘ ସମ୍ପର୍କକୁ ଆଉ ଟିକେ ସୁଦୃଢ କରିବା ପାଇଁ ପରିବତ୍ତର୍ନର ଲକ୍ଷ୍ୟ ନେଇ ଏକ କ୍ୟାମ୍ପେନ ଆରମ୍ଭ ହୋଇଛି "ନୂଆ କାହାଣୀ ନୂଆ ରଙ୍ଗରେ ଅତୁଟ ସମ୍ପର୍କ ଆମ ସାଙ୍ଗରେ" । ଅଧିକ ପଢ଼ନ୍ତୁ

ନୂଆ କାହାଣୀ ନୂଆ ରଙ୍ଗରେ ଅତୁଟ ସମ୍ପର୍କ ଆମ ସାଙ୍ଗରେ,  ଜୀ ସାର୍ଥକର ନବକଳେବର

ଭୁବନେଶ୍ବର: ନୂଆ କାହାଣୀ ନୂଆ ରଙ୍ଗରେ ଅତୁଟ ସମ୍ପର୍କ ଆମ ସାଙ୍ଗରେ । ଏହି କାର୍ଯ୍ୟକ୍ରମ ଭୁବନେଶ୍ବର ସ୍ଥିତ ଏକ ହୋଟେଲରେ ହୋଇଯାଇଛି । ଏହି କ୍ୟାମ୍ପେନରେ ଗୀତଟି ଗାଇଛନ୍ତି ସୁପ୍ରସିଦ୍ଧ ପ୍ଲେ ବ୍ୟାକ୍ ସିଙ୍ଗର ଆକୃତି କାକର ଏବଂ ସଂଗୀତ ପରିଚାଳନା କରିଛନ୍ତି ଇନ୍ଦ୍ରଜୀତ ଦାସଗୁପ୍ତା ।ବିଗତ କିଛି ବର୍ଷ ମଧ୍ୟରେ ଜୀ ସାର୍ଥକ ତାର ଜନପ୍ରିୟ ଓ ପ୍ରଧାନ ଶୋ’ ଗୁଡିକ ଯେପରି ଝିଲୀ, ବିଜୟିନୀ, ସୁନାଝିଅ ସାଙ୍ଗକୁ ଦିଦି ନଂ ୧, ସାରେଗାମାପା ଏବଂ ଆହୁରି ଅନେକ ଗୁଡିଏ ଆଇପି ଫର୍ମାଟକୁ ନେଇ ନିଜର ପ୍ରାଧାନ୍ୟ ଯଥେଷ୍ଟ ବଢ଼ାଇଛି । ଯାହା ଦର୍ଶକମାନଙ୍କ ମଧ୍ୟରେ ଲୋକପ୍ରିୟ ହୋଇପାରିଛି ।

ତେଣୁ ଉପଭୋକ୍ତା କେନ୍ଦ୍ରିକ ଦୃଷ୍ଟିଭଙ୍ଗୀ ନେଇ ସମ୍ପୂର୍ଣ୍ଣ ନୂଆ କ୍ୟାମ୍ପେନଟିରେ ରହିଛି ଉତ୍କଳୀୟ ନାରୀମାନଙ୍କର ଆବେଗ ଓ ନମନୀୟତା ଯାହା ଚ୍ୟାନେଲର ବିଷୟବସ୍ତୁ ବା କଣ୍ଟେଣ୍ଟ ତତ୍ୱ ମଧ୍ୟରେ ପ୍ରତିଫଳିତ । ଏହାସହ ଏହି ଶୋ ଗୁଡିକ ଚ୍ୟାନେଲର ମନୋ ରଞ୍ଜନ କ୍ଷେତ୍ରରେ ସାଫଲ୍ୟ ରହିଛି । ସମ୍ପୂର୍ଣ୍ଣ ନୂଆ ବ୍ରାଣ୍ଡ ପରିଚୟ ହେଉଛି ଆଉ ଏକ ଉଚ୍ଚତା, ଯାହା ଆମର ଦର୍ଶକ ଅନୁଭୂତି ବଢ଼ାଇବା ସହିତ ଦର୍ଶକଙ୍କ ସହ ଆମର ସମ୍ପର୍କକୁ ଆହୁରି ଘନିଷ୍ଠ କରିବ ବୋଲି ଚ୍ୟାନେଲ ଓ ଅଭିନୀତ କଳାକାରଙ୍କ ପକ୍ଷରୁ କୁହାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.