ଭୁବନେଶ୍ବର: ରାଜଧାନୀରେ ଲୁଟେରାଙ୍କ ଉତ୍ପାତ । ଥାନା ପାଖରୁ ଝାମ୍ପି ନେଲେ ସୁନାଚେନ । ଏମିତି ଘଟଣା ଘଟିଛି ରାଜଧାନୀର ନୟାପଲ୍ଲୀ ଥାନା ପାଖରେ ।
ରିଜର୍ଭ ବ୍ୟାଙ୍କ କଲୋନି ସାମ୍ନାରେ ବ୍ୟାଙ୍କ କର୍ମଚାରୀ ଇଲିମା ପାଟଯୋଷି ଅଫିସ ଯାଉଥିବା ବେଳେ ବାଇକରେ 2 ଦୁର୍ବୃତ୍ତ ଆସି ତାଙ୍କର ୧୦ଗ୍ରାମର ସୁନା ଚେନ ଛଡାଇ ଛୁ ମାରିଛନ୍ତି । ଏନେଇ ମହିଳା ବ୍ୟାଙ୍କ କର୍ମଚାରୀ ଇଲିମା ପାଟଯୋଷି ନୟାପଲ୍ଲୀ ଥାନାରେ ଅଭିଯୋଗ କରିଛନ୍ତି । ତେବେ ଜନଗହଳି ସ୍ଥାନରୁ ଏପରି ଲୁଟପାଟ ପୋଲିସର ନିଷ୍କ୍ରିୟତାକୁ ପଦାରେ ପକାଇଛି ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ