ETV Bharat / city

‘ମିଳିତ ଭାବେ କାର୍ଯ୍ୟ କରିବେ ୟୁଥ୍ ଫର ଗୁଜୁରାଟ-ୟୁଥ୍ ଫର ଆକ୍ସନ’ - Bhubaneswar MP

ଗୁଜୁରାଟ ବିଜେପି ରାଜ୍ୟ ସଭାପତିଙ୍କୁ ସାକ୍ଷାତ କରି ଆଲୋଚନା କଲେ ଭୁବନେଶ୍ବର ସାଂସଦ । ୨୦୦୭ରୁ ଗଢି ଉଠିଥିବା ୟୁଥ୍ ଫର୍ ଗୁଜୁରାଟ ସହ ୟୁଥ୍ ଫର୍ ଆକ୍ସନ ମିଳିତ ଭାବେ ଯୁବକ ମାନଙ୍କ ପାଇଁ କାମ କରିବା ନେଇ ଆଲୋଚନା । ଅଧିକ ପଢନ୍ତୁ...

ୟୁଥ ଫର ଗୁଜୁରାଟ ସହ ୟୁଥ ଫର ଆକ୍ସନ ମିଳିତ ଭାବେ ଯୁବକଙ୍କ ପାଇଁ କାର୍ଯ୍ୟ କରିବ: ସାଂସଦ ଆପରାଜିତା

author img

By

Published : Sep 18, 2021, 8:53 PM IST

ଭୁବନେଶ୍ବର: ବିଜେପି ପକ୍ଷରୁ ଆରମ୍ଭ ହୋଇଛି ୟୁଥ୍ ଫର ଗୁଜୁରାଟ । ଏନେଇ ଆଜି (ଶନିବାର) ଗୁଜୁରାଟର ବିଜେପି ରାଜ୍ୟ ସଭାପତି ସି.ଆର ପାଟିଲଙ୍କ କାର୍ଯ୍ୟାଳୟରେ ପହଞ୍ଚି ସାକ୍ଷାତ କରିଛନ୍ତି ଭୁବନେଶ୍ବର ସାଂସଦ । ତେବେ ଅଣ ରାଜନୈତିକ ସଙ୍ଗଠନ ୟୁଥ୍ ଫର୍ ଆକ୍ସନ ଓଡିଶାର ଉପଦେଷ୍ଟା ଅପରାଜିତା ଷଡ଼ଙ୍ଗୀ ଏବଂ ଅନୁଷ୍ଠାନର ସହ ସଂଯୋଜକ ସୁଜିତ ସିଂଙ୍କ ସହ ୟୁଥ୍ ଫର୍ ଗୁଜୁରାଟର ଅଧକ୍ଷ ସି.ଆର ପାଟିଲଙ୍କ ସୁପୁତ୍ର ଜିଗ୍ନେଶ ପାଟିଲଙ୍କ ସହ ବହୁ ସକାରାତ୍ମକ ବିଷୟକୁ ନେଇ ଆଲୋଚନା ହୋଇଛି ।

ସୂଚନାନୁଯାୟୀ ଏହି ଅନୁଷ୍ଠାନ 2007 ମସିହାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିର୍ଦ୍ଦେଶରେ ଗଢ଼ି ଉଠିଥିବା ବେଳେ ନିଜେ ପ୍ରଧାନମନ୍ତ୍ରୀ ଏହାର ନାମକରଣ କରିଥିଲେ l ତେବେ ବିଗତ 14 ବର୍ଷ ଧରି ଏହି ସଙ୍ଗଠନ ଯୁବକ ମାନଙ୍କ ପାଇଁ କାମ କରି ଆସୁଥିବା ନେଇ ସୂଚନା ଦେଇଛନ୍ତି ସାଂସଦ ।

ଏନେଇ ଆଗାମୀ ଦିନରେ ଉଭୟ ସଙ୍ଗଠନ ୟୁଥ୍ ଫର୍ ଗୁଜୁରାଟ ସହ ୟୁଥ୍ ଫର୍ ଆକ୍ସନ ମିଳିତ ଭାବେ ଯୁବକ ମାନଙ୍କ ପାଇଁ ବ୍ୟାପକ କାର୍ଯ୍ୟ କରିବ ବେଲି ସୂଚନା ମିଳିଛି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.