ETV Bharat / city

ରାହୁଲ ଗାନ୍ଧୀଙ୍କୁ ଉତ୍ତର ପ୍ରଦେଶ ପୋଲିସର ଆକ୍ରମଣ ପ୍ରତିବାଦରେ ଯୁବ କଂଗ୍ରେସର ବିକ୍ଷୋଭ - ଯୁବ କଂଗ୍ରେସର ପ୍ରଦର୍ଶନ

ରାହୁଲ ଗାନ୍ଧୀଙ୍କ ପ୍ରତି ୟୁପି ପୋଲିସର ବ୍ୟବହାରକୁ ନେଇ ଦେଶରେ କଂଗ୍ରେସକର୍ମୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଯେଉଁଥିପାଇଁ ରାଜ୍ୟ ଯୁବ କଂଗ୍ରେସ ପକ୍ଷରୁ ଏହାର ପ୍ରତିବାଦ ସ୍ବରୂପ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

ରାହୁଲ ଗାନ୍ଧୀଙ୍କୁ ଉତ୍ତର ପ୍ରଦେଶ ପୋଲିସର ଆକ୍ରମଣ ପ୍ରତିବାଦରେ ଯୁବ କଂଗ୍ରେସର ବିକ୍ଷୋଭ

author img

By

Published : Oct 2, 2020, 2:37 PM IST

ଭୁବନେଶ୍ବର: ଗତକାଲି ଉତ୍ତର ପ୍ରଦେଶ ପୋଲିସ ଦ୍ବାରା ରାହୁଲ ଗାନ୍ଧୀଙ୍କୁ ଅଟକ ରଖାଯାଇଥିଲା । ୟୁପି ପୋଲିସର ବ୍ୟବହାରକୁ ନେଇ ଦେଶରେ କଂଗ୍ରେସକର୍ମୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଯେଉଁଥିପାଇଁ ରାଜ୍ୟ ଯୁବ କଂଗ୍ରେସ ପକ୍ଷରୁ ଏହାର ପ୍ରତିବାଦ ସ୍ବରୂପ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

ରାହୁଲ ଗାନ୍ଧୀଙ୍କୁ ଉତ୍ତର ପ୍ରଦେଶ ପୋଲିସର ଆକ୍ରମଣ ପ୍ରତିବାଦରେ ଯୁବ କଂଗ୍ରେସର ବିକ୍ଷୋଭ

ସ୍ଥାନୀୟ ମାଷ୍ଟରକ୍ୟାଣ୍ଟିନ ଛକ ଠାରେ ଯୁବ କଂଗ୍ରେସ ପକ୍ଷରୁ ଏକ ଶୋଭାଯାତ୍ରାରେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଆଦିତ୍ୟ ନାଥ ଯୋଗୀ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କୁଶପୁତ୍ତଳିକା ଦାହ କରାଯିବା ସହ ତାଙ୍କ ବିରୁଦ୍ଧରେ ସ୍ଲୋଗାନ ଦିଆ ଯାଇଥିଲା । ବିଜେପି ସରକାର ନାରୀକୁ ସମ୍ମାନ ଦେବା କଥା କହୁଥିବା ବେଳେ ରାଜ୍ୟରେ ନାରୀମାନଙ୍କ ପ୍ରତି ଅନ୍ୟାୟ ଓ ଅତ୍ୟାଚର ବଢି ଚାଲିଥିବା ବେଳେ ଅତ୍ୟାଚାରୀଙ୍କୁ ସୁରକ୍ଷା ଯୋଗାଇ ଦିଆଯାଉଛି । ଆଉ ଏପରି ଘଟଣାରେ ପିଡିତା ପରିବାରକୁ ଭେଟି ସମବେଦନା ଜ୍ଞାପନ କରିବାକୁ ଯାଉଥିବା କଂଗ୍ରେସର ନେତାଙ୍କୁ ଯେଭଳି ଭାବେ ପୋଲିସ ଲଗାଇ ଆକ୍ରମଣ କରାଯାଉଛି ସେଥିରୁ ଦେଶରେ ନ୍ୟାୟ ବ୍ୟବସ୍ଥା ନଥିବା ପରି ମନେ ହେଉଛି ବୋଲି ଆନ୍ଦୋଳନକାରୀ କହିଛନ୍ତି । ତେବେ ଯୁବ କଂଗ୍ରେସ ପକ୍ଷରୁ ଏହାକୁ ନିନ୍ଦା କରାଯିବା ସହ ଦୋଷୀମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.