ଭୁବନେଶ୍ବର : ଦିନକୁ ଦିନ ବଢିବାରେ ଲାଗିଛି ତୈଳଦର । କଂଗ୍ରେସ ପକ୍ଷରୁ ଦରଦାମ କମେଇବା ପାଇଁ ଦାବି ହେଉଛି । ହେଲେ ଏଥିରେ କୌଣସି ପଦକ୍ଷେପ ଗ୍ରହଣ କରୁନାହାଁନ୍ତି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର । ତେଣୁ ଏହାର ଦୃଢ ପ୍ରତିବାଦ କରି ଭୁବନେଶ୍ବରରେ ବିଭିନ୍ନ ପେଟ୍ରୋଲପମ୍ପରେ ଲଗାଯାଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପୋଷ୍ଟର ଚିରିଲା ଯୁବ କଂଗ୍ରେସ।
ପ୍ରଥମେ ଚନ୍ଦ୍ରଶେଖରପୁର ପେଟ୍ରୋଲପମ୍ପରେ ପଶି ମୋଦିଙ୍କ ପୋଷ୍ଟର ଚିରି ଦେଇଥିଲେ । କେନ୍ଦ୍ର ସରକାରଙ୍କ ବିରୋଧରେ ନାରା ବାଜି ଦେଇଥିଲେ ଯୁବ କଂଗ୍ରେସ ନେତା ଓ କର୍ମୀ। ଏ ଅଭିଯାନ ଆଗକୁ ଜାରି ରହିବ । ପ୍ରତି ଜିଲ୍ଲାରେ ପେଟ୍ରୋଲପମ୍ପରେ ଥିବା ମୋଦିଙ୍କ ପୋଷ୍ଟର ଚିରାଯିବ । ତୈଳ ଦର ନ କମିଲା ଯାଏଁ ଏ ଅଭିଯାନ ଜାରି ରହିବ। ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ତୈଳ ଦରରେ କୌଣସି ଟିକସ କମାଉନାହାଁନ୍ତି ।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ