ETV Bharat / city

ବିଦ୍ୟୁତ କର୍ମଚାରୀଙ୍କୁ ଛଟେଇ ବିରୋଧରେ ଯୁବ କଂଗ୍ରେସର ପ୍ରେସମିଟ - ଯୁବ କଂଗ୍ରେସ

ଟାଟା ପାୱାର ପକ୍ଷରୁ ବିଦ୍ୟୁତ କର୍ମଚାରୀଙ୍କୁ ଛଟେଇ ଘଟଣା ବିରୋଧରେ ଯୁବ କଂଗ୍ରେସ ପ୍ରେସମିଟ କରି କର୍ମଚାରୀଙ୍କ ପୁନଃନିଯୁକ୍ତି ଦାବି କରିଛି । ଅଧିକ ପଢନ୍ତୁ...

ବିଦ୍ୟୁତ କର୍ମଚାରୀଙ୍କୁ ଛଟେଇ ବିରୋଧରେ ଯୁବ କଂଗ୍ରେସର ପ୍ରେସମିଟ

author img

By

Published : Jul 2, 2021, 4:22 PM IST

ଭୁବନେଶ୍ବର: ମହାମାରୀ କୋରୋନା ସମୟରେ ଟାଟା ପାୱାର ପକ୍ଷରୁ ୭୫୦୦ ବିଦ୍ୟୁତ୍ କର୍ମଚାରୀଙ୍କୁ ଛଟେଇ କରାଯାଇଛି । ଯାହାକୁ ବିରୋଧ କରି ଆଜି(ଶୁକ୍ରବାର) ଓପେଗା ଓ ଓଡିଶା ଯୁବ କଂଗ୍ରେସ ପକ୍ଷରୁ ପ୍ରେସମିଟ କରାଯାଇଛି । ତେବେ ଏମାନଙ୍କ ଥଇଥାନ ଲାଗି ସରକାର ଆଗାମୀ ଦିନରେ ଲିଖିତ ପ୍ରତିଶ୍ରୁତି ନ ଦେଲେ 15 ଦିନ ମଧ୍ୟରେ ଆନ୍ଦୋଳନ କରାଯିବ ବୋଲି ପ୍ରେସିମଟରେ କୁହାଯାଇଛି ।

ବିଦ୍ୟୁତ କର୍ମଚାରୀଙ୍କୁ ଛଟେଇ ବିରୋଧରେ ଯୁବ କଂଗ୍ରେସର ପ୍ରେସମିଟ

ଦୀର୍ଘ 10 ବର୍ଷରୁ ଊର୍ଦ୍ଧ୍ବ ଦିନ ଧରି ଏମାନେ ସେବା ଯୋଗାଇ ଆସୁଥିଲେ । କିନ୍ତୁ ମହାମାରୀ ସମୟରେ ଏମାନଙ୍କୁ ଛଟେଇ କରାଯାଇଛି । ଜୁନ 2020ରୁ ଛଟେଇ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ସେମାନଙ୍କୁ ପୁନଃନିଯୁକ୍ତି ମିଳିନାହିଁ । ଏଥିଲାଗି କର୍ମଚାରୀମାନେ ଆନ୍ଦୋଳନ କରିଥିଲେ । ସେପ୍ଟେମ୍ବର 2020ରେ କଂଗ୍ରେସ ଏହି ବିରୋଧକୁ ସହମତ ଜଣାଇଥିଲା । ଏହାପରେ ଚଳିତ ମାର୍ଚ୍ଚ 22 ତାରିଖରେ ଆଲୋଚନା କରିବା ପାଇଁ ଟାଟା ପାୱାର ପ୍ରସ୍ତାବ ଦେଇଥିଲେ ମଧ୍ୟ କୌଣସି 48 ଘଣ୍ଟା ମଧ୍ୟରେ ଲିଖିତ ଆକାରରେ ଦାବି ଜଣାଇବାକୁ କୁହାଯାଇଥିଲା । 48 ଘଣ୍ଟା ମଧ୍ୟରେ ଲିଖିତ ଆକାରରେ ଦାବି ସମ୍ପର୍କରେ କୁହାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ ।

ବିଧାନସଭାରେ ଏହି ପ୍ରସଙ୍ଗ ଉଠିଥିଲେ ମଧ୍ୟ ବିଭାଗୀୟ ମନ୍ତ୍ରୀ କୌଣସି ପଦକ୍ଷେପ ନେଇନାହାନ୍ତି । ବିପର୍ଯ୍ୟୟ ସମୟରେ ଏମାନଙ୍କ ସେବା ପାଇଁ ରାଜ୍ୟ ସରକାର ପୁରସ୍କାର ନେଇଛନ୍ତି । ଏହା ପରେ ବି ସରକାର ଓ ଟାଟା ଏଥିପ୍ରତି ଦୃଷ୍ଟି ଦେଇନାହାନ୍ତି । ତେବେ ଆଗାମୀ ଦିନରେ ଲିଖିତ ପ୍ରତିଶ୍ରୁତି ନ ମିଳିଲେ 15 ଦିନ ପରେ ଆନ୍ଦୋଳନ କରାଯିବ ବୋଲି ଯୁବ କଂଗ୍ରେସ ପ୍ରେସିମଟରେ ଚେତାବନୀ ଦେଇଛି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.