ETV Bharat / city

ବିଷ୍ଣୁଙ୍କ ମୁହଁରେ କାଳି ବୋଳିବ ଯୁବ କଂଗ୍ରେସ - ବିଧାନସଭା ଖବର

ତୈଳ ଦର ବୃଦ୍ଧି ପ୍ରସଙ୍ଗରେ ବିଜେପି ନେତା ବିଷ୍ଣୁ ଚରଣ ସେଠୀଙ୍କ ବିବାଦୀୟ ଟିପ୍ପଣୀ । ତାଙ୍କ ମୁଁହରେ କାଳି ବୋଳାଯିବ କହିଲେ ଯୁବ କଂଗ୍ରେସ ନେତା ରାଜୀବ ପଟ୍ଟନାୟକ । ଅଧିକ ପଢନ୍ତୁ...

youth congress leader rajib pattnayak reaction on bjp leader bishnu sethy about fuel price
ବିଷ୍ଣୁଙ୍କ ମୁହଁରେ କାଳି ବୋଳିବ ଯୁବ କଂଗ୍ରେସ
author img

By

Published : Feb 24, 2021, 7:55 PM IST

ଭୁବନେଶ୍ବର : ତୈଳ ଦର ବୃଦ୍ଧି ପ୍ରସଙ୍ଗରେ ବିଧାନସଭାରେ ବିଜେପି ନେତା ବିଷ୍ଣୁ ଚରଣ ସେଠୀଙ୍କ ଟିପ୍ପଣୀକୁ ନେଇ ଫିଡିକିଲା ଯୁବ କଂଗ୍ରେସ। ସାରା ରାଜ୍ୟରେ ଯେତେବେଳେ ଲୋକେ ତୈଳ ଦର ବୃଦ୍ଧି କୁ ନେଇ ହଇରାଣ ହରକତ ହେଉଛନ୍ତି । ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ହେଲେ କେନ୍ଦ୍ର ସରକାର ତୈଳ ଦର କମେଇବାରେ ନାଁ ଧରୁନି । ଆଉ ବିଜେପି ନେତା ଏଭଳି ଦୁର୍ଭାଗ୍ୟଜନକ ଟିପ୍ପଣୀ ଦେଇଛନ୍ତି ଯାହାକୁ ବରଦାସ୍ତ କରିବନି କଂଗ୍ରେସ । ଯଦି ବିଷ୍ଣୁ ସେଠୀ କ୍ଷମା ନମାଗନ୍ତି ଆସନ୍ତାକାଲି (ଗୁରୁବାର) ତାଙ୍କୁ ବିଧାନସଭା ଭିତରକୁ ପୁରେଇ ଦିଆଯିବନି । ଏବଂ ତାଙ୍କ ମୁଁହରେ କାଳି ବୋଳାଯିବ ବୋଲି ଯୁବ କଂଗ୍ରେସ ନେତା ରାଜୀବ ପଟ୍ଟନାୟକ ଚରମବାଣୀ ଶୁଣାଇଛନ୍ତି।

ବିଷ୍ଣୁଙ୍କ ମୁହଁରେ କାଳି ବୋଳିବ ଯୁବ କଂଗ୍ରେସ

ଗତକାଲି(ମଙ୍ଗଳବାର) ବିଧାନସଭାରେ ତୈଳ ଦର ବୃଦ୍ଧିକୁ ନେଇ ଟିପ୍ପଣୀ ରଖିଥିଲେ ବିଜେପି ବିଧାୟକ ଦଳର ଉପନେତା ବିଷ୍ଣୁ ଚରଣ ସେଠୀ। ସେ କହିଥିଲେ ତୈଳ ଦର ୧୦୦ ଟଙ୍କା ହେଉ ବା ୨୦୦ ଟଙ୍କାକୁ ବୃଦ୍ଧି ପାଇଲେ ବି କିଛି ଫରକ ପଡିବନି। ତାକୁ ନେଇ ଯୁବ କଂଗ୍ରେସ ପକ୍ଷରୁ ବିରୋଧ କରାଯାଇଛି। ବୁଧବାର ଯୁବ କଂଗ୍ରେସ ପକ୍ଷରୁ ଭୁବନେଶ୍ବରରେ ଥିବା ବିଭିନ୍ନ ପେଟ୍ରୋଲପମ୍ପ ଗୁଡିକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପୋଷ୍ଟର ଚିରାଯାଇଛି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.