ETV Bharat / city

କଂଗ୍ରେସ କନ୍ଦଳ, କାଲି ବସିବ ତଦନ୍ତ କମିଟି - investigation committee

ଯୁବ କଂଗ୍ରେସ ଗୋଷ୍ଠୀ କନ୍ଦଳ ନେଇ ଆସନ୍ତାକାଲି ବସିବ ଶୃଙ୍ଖଳା କମିଟି ବୈଠକ । କାହିଁକି ହେଲା, କେଉଁମାନେ ଏଥିରେ ସମ୍ପୃକ୍ତ, ସମସ୍ତଙ୍କୁ ଡକାଯିବ। ବିଶୃଙ୍ଖଳାକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ହେବ । ଏପରିକି ଯୁବ ଗୋଷ୍ଠୀ ଏକାଠି ହୋଇ କେମିତି କାମ କରିବ ସେନେଇ ପରାମର୍ଶ ଦିଆଯିବ।

ଫାଇଲ ଫଟୋ
ଫାଇଲ ଫଟୋ
author img

By

Published : Jun 24, 2020, 4:09 PM IST

Updated : Jun 24, 2020, 4:30 PM IST

ଭୁବନେଶ୍ବର: ଘନଉଛି କଂଗ୍ରେସ କନ୍ଦଳ । ଛକପଞ୍ଝା ଭିତରେ ରହିଛନ୍ତି ଦୁଇ ଗୋଷ୍ଠୀ । ଯୁବ କଂଗ୍ରେସ ଗୋଷ୍ଠୀ କନ୍ଦଳ ନେଇ ଆସନ୍ତାକାଲି ବସିବ ଶୃଙ୍ଖଳା କମିଟି ବୈଠକ । କାହିଁକି ହେଲା, କେଉଁମାନେ ଏଥିରେ ସମ୍ପୃକ୍ତ, ସମସ୍ତଙ୍କୁ ଡକାଯିବ। ବିଶୃଙ୍ଖଳାକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ହେବ । ଏପରିକି ଯୁବ ଗୋଷ୍ଠୀ ଏକାଠି ହୋଇ କେମିତି କାମ କରିବ ସେନେଇ ପରାମର୍ଶ ଦିଆଯିବ।

କଂଗ୍ରେସ କନ୍ଦଳ, କାଲି ବସିବ ତଦନ୍ତ କମିଟି

ଭାରତୀୟ ଯୁବ କଂଗ୍ରେସର ନିଷ୍ପତ୍ତି ନେଇ କମିଟି ଉଠେଇଲା ପ୍ରଶ୍ନ । ବିନା ପରାମର୍ଶରେ ନିଷ୍ପତ୍ତି ନେଇଛନ୍ତି । ରାଜ୍ୟ ସଭାପତି, ଓଡ଼ିଶା ପ୍ରଭାରୀ ନିଯୁକ୍ତି ନେଇ ଜାଣି ନାହାଁନ୍ତି । ଏଭଳି ସମୟରେ ଦଳରେ ସବୁକିଛି ଠିକ ଚାଲି ନାହିଁ ବୋଲି କୁହାଯାଇ ପାରିବ ବୋଲି କୁହାଯାଉଛି । ଏସମସ୍ତ ଦିଗରେ ଧ୍ୟାନ ଓ ଗୋଷ୍ଠୀ କନ୍ଦଳର କାରଣ ଓ ନିରାକରଣ ସମାଧାନ କରିବା ନେଇ ଶୃଙ୍ଖଳା କମିିଟି ସଦସ୍ୟ ବିଶ୍ବ ରଞ୍ଜନ ଦାସ କହିଛନ୍ତି ।

ଏଠାରେ ସୂଚନା ଯୋଗ୍ୟ ଯେ, ମଙ୍ଗଳବାର ରାଜ୍ୟ ଯୁବକଂଗ୍ରେସ ସଭାପତି ସ୍ମୃତିରଞ୍ଜନ ଲେଙ୍କା ଓ ତାଙ୍କ ବିରୋଧୀ ଗୋଷ୍ଠୀଙ୍କ ମଧ୍ୟରେ କଂଗ୍ରେସ ଭବନ ଆଗରେ ଘଟିଥିବା ଗୋଷ୍ଠୀ କନ୍ଦଳର ତଦନ୍ତ କରିବ ରଞ୍ଜିବ ବିଶ୍ବାଳ କମିଟି । ପୂର୍ବତନ ସାଂସଦ ରଞ୍ଜୀବ ବିଶ୍ବାଳ ଏହି କମିଟିର ଅଧ୍ୟକ୍ଷ ରହିଛନ୍ତି । ମାନସ ଚୌଧୁରୀ, ବିଶ୍ବରଞ୍ଜନ ଦାସ ଓ ସଂଗ୍ରାମ ଜେନା କମିଟିରେ ସଦସ୍ୟ ଅଛନ୍ତି । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ କମିଟି ୪ଦିନ ମଧ୍ୟରେ ରିପୋର୍ଟ ଦେବ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Last Updated : Jun 24, 2020, 4:30 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.