ETV Bharat / city

ସାସଂଦଙ୍କ ଦୁର୍ବ୍ୟବହାର ପ୍ରସଙ୍ଗ: ଅଭିଯୋଗକାରୀ ରାଜ୍ୟ ମହିଳା ଆୟୋଗଙ୍କ ଦ୍ୱାରସ୍ଥ

author img

By

Published : Jan 27, 2022, 6:55 PM IST

ବିଜେପି ସାଂସଦ ଜୁଏଲ ଓରାମଙ୍କ ଦୁର୍ବ୍ୟବହାର ନେଇ ରାଜ୍ୟ ମହିଳା ଆୟୋଗଙ୍କ ଦ୍ୱାରସ୍ଥ ହେଲେ ଅଭିଯୋଗକାରୀ ଯୁବତୀ । ଅଧିକ ପଢ଼ନ୍ତୁ

young women seek state women commission help to get justice in bjp mp misbehaviour issue
ସାସଂଦଙ୍କ ଦୁର୍ବ୍ୟବହାର ପ୍ରସଙ୍ଗ: ଅଭିଯୋଗକାରୀ ରାଜ୍ୟ ମହିଳା ଆୟୋଗଙ୍କ ଦ୍ୱାରସ୍ତ

ଭୁବନେଶ୍ବର: ବିଜେପି ସାଂସଦ ଜୁଏଲ ଓରାମଙ୍କ ଦୁର୍ବ୍ୟବହାର ନେଇ ରାଜ୍ୟ ମହିଳା ଆୟୋଗଙ୍କ ଦ୍ୱାରସ୍ଥ ହେଲେ ଅଭିଯୋଗକାରୀ ଯୁବତୀ । ରାଜନୀତି ପ୍ରତି ଆଗ୍ରହ ଥିବାରୁ ପଞ୍ଚାୟତ ନିର୍ବାଚନରେ ସୁଯୋଗ ଦେବାକୁ ସାଂସଦଙ୍କୁ ଯୁବତୀ ଅନୁରୋଧ କରିଥିଲେ । ହେଲେ ସାଂସଦ ତାଙ୍କୁ ଉତ୍ସାହିତ କରିବା ବଦଳରେ ଅଶାଳୀନ ଭାଷାରେ ଗାଳି ଗୁଲଜ କରିଥିବା ଅଭିଯୋଗ ହୋଇଛି ।

ଏନେଇ ଯୁବତୀ ଜଣକ ଥାନାରେ ଅଭିଯୋଗ କରିଥିଲେ । କିନ୍ତୁ ଅଭିଯୋଗକୁ ଗୁରୁତ୍ଵ ନ ଦିଆଯିବାରୁ ବାଧ୍ୟହୋଇ ମହିଳା କମିଶନଙ୍କ ନିକଟରେ ଅଭିଯୋଗ କରିଛନ୍ତି ଯୁବତୀ । ଜଣେ ମହିଳା ଲୋକ ପ୍ରତିନିଧିଙ୍କ ପ୍ରତି ଏଭଳି ଅଶାଳୀନ ମନ୍ତବ୍ୟ ଦେଇଥିବାରୁ ସାଂସଦଙ୍କୁ ଗିରଫ କରାଯିବା ସହ ପଦବୀରୁ ନିଲମ୍ବିତ କରିବାକୁ ଦାବି ହୋଇଛି ।

ଅନ୍ଯପଟେ ଅଭିଯୋଗ ପରେ ସାମ୍ବିଧାନିକ ପଦ ପଦବୀରେ ଥାଇ ସାଂସଦଙ୍କ ବ୍ୟବହାରକୁ ନିନ୍ଦା କରିଛନ୍ତି ମହିଳା କମିଶନ । ଯେଉଁଭଳି ଭାଷା ବ୍ୟବହାର କରିଛନ୍ତି ତାହା ଗ୍ରହଣୀୟ ନୁହେଁ । ଆବଶ୍ୟକ ପଡିଲେ ପ୍ରତିପକ୍ଷଙ୍କୁ ନୋଟିସ୍‌ କରାଯିବ ବୋଲି କହିଛନ୍ତି ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା । ଯୁବତୀଙ୍କ ଅଭିଯୋଗ ପରେ ୧୫ ଦିନ ଭିତରେ ରିପୋର୍ଟ ଦେବାକୁ ସୁନ୍ଦରଗଡ଼ ଏସ୍‌ପିଙ୍କୁ ଚିଠି କରାଯାଇଛି । ବର୍ତ୍ତମାନ ଏସ୍‌ପିଙ୍କ ରିପୋର୍ଟକୁ ଅପେକ୍ଷା କରିଛନ୍ତି ରାଜ୍ୟ ମହିଳା କମିଶନ ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.