ETV Bharat / city

ଯୁବପିଢୀଙ୍କ ପାଇଁ ପ୍ରେରଣାର ଉତ୍ସ ଯୁବ ଇଞ୍ଜିନିୟର ହୃଦାନନ୍ଦ

ମୋ ସ୍କୁଲ ଅଭିଯାନରେ ସର୍ବକନିଷ୍ଠ ଭାବେ ସାମିଲ ହୋଇ ସମସ୍ତଙ୍କ ପାଇଁ ଉଦାହରଣ ସାଜିଛନ୍ତି ଯୁବ ଇଞ୍ଜିନିୟର ହୃଦାନନ୍ଦ । ଅଧିକ ପଢନ୍ତୁ...

ଯୁବପିଢିଙ୍କ ପାଇଁ ଉଦାହରଣ ସାଜିଲେ ଯୁବ ଇଞ୍ଜିନିୟର ହୃଦାନନ୍ଦ

author img

By

Published : May 21, 2021, 9:25 AM IST

ଭୁବନେଶ୍ବର: ରାଜ୍ୟର ସରକାର ମୋ ସ୍କୁଲ ଅଭିଯାନରେ ବହୁ ପୂର୍ବତନ ଛାତ୍ରଛାତ୍ରୀଙ୍କୁ ଯୋଡିବାର ପ୍ରୟାସ କରିଥିବା ବେଳେ ବିଦ୍ୟାଳୟ ବିକାଶରେ ସହଭାଗିତା ପାଇଁ ଆହ୍ବାନ ଦେଇଥିଲେ । ଆଉ ସେହି ସହଭାଗୀତାକୁ ନେଇ ଯଇପୁର ସୁକିନ୍ଦାର ଯୁବ ଇଂଜିନିୟର ହୃଦାନନ୍ଦ ନିଜ ସ୍କୁଲ ଝାଡେଶ୍ବରୀ ସରକାରୀ ହାଇସ୍କୁଲକୁ ପୋଷ୍ୟ ଭାବେ ଗ୍ରହଣ କରିଛନ୍ତି । ଆଉ ବିଦ୍ୟାଳୟର ବିକାଶର ରୂପ ବଦଳାଇବା ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି ।

ଯୁବପିଢିଙ୍କ ପାଇଁ ଉଦାହରଣ ସାଜିଲେ ଯୁବ ଇଞ୍ଜିନିୟର ହୃଦାନନ୍ଦ

ଏହି ଅଭିଯାନରେ ଆଗରୁ ବହୁ ନେତା ଓ ଅଫିସର ମଧ୍ୟ ସାମିଲ ହୋଇଛନ୍ତି । ହେଲେ ୨୩ ଵର୍ଷ ବୟସରେ ଏଭଳି ଉଚ୍ଚକୋଟୀର ଚିନ୍ତାଧାରାକୁ ନେଇ ହୃଦାନନ୍ଦ ନିଜ ସ୍କୁଲ ବିକାଶର ଦାୟିତ୍ବ ନେଇଛନ୍ତି । ତାଙ୍କର ଏହି ଦାୟିତ୍ବବୋଧ ଓ ଉଚ୍ଚାଭିଳାଷୀ ମନୋଭାବକୁ ନେଇ ରାଜ୍ୟ ସରକାର ତାଙ୍କୁ ସାଧୁବାଦ ଜଣାଇଛନ୍ତି । ତୋଲକାନୀ ଗାରୀହେମନ୍ତ ପୃଷ୍ଟିଙ୍କ ପୁଅ ହୃଦାନନ୍ଦ ଏହି ହାଇସ୍କୁଲରେ ପାଠପଢି ଆଜି ବେଙ୍ଗାଲୁରୁରେ ଜେ ଜିନ୍ଦଲ ଆଲୁମିନିୟମ ଲିମିଟେଡ଼ର ଚାକିରୀ କରିଛନ୍ତି ।

ତେବେ ସରକାରଙ୍କ ମୋ ସ୍କୁଲ ଅଭିଯାନରେ ସାମିଲ ହେବ ପାଇଁ ନିଜ ସ୍କୁଲର ଭବିଷ୍ୟତ ଗଠନରେ ସହଯୋଗୀ ସେ ସାଜିବେ ବୋଲି କହିଛନ୍ତି । ଏବେ ତାହା ସେ ଏହାର ସୁନ୍ଦର ଭବିଷ୍ୟତ ଗଠନ ପାଇଁ ଆଗେଇ ଆସି ଏଠାରେ ପାଠ ବଢୁଥିବା ୩୫୧ ଜଣ ଛାତ୍ରଛାତ୍ରୀଙ୍କୁ ନୂଆ ଦିଗ ଦେବାକୁ ଯୋଜନା କରିଛନ୍ତି । ଆଉ ଏଥିପାଇଁ ସ୍ମାର୍ଟ କ୍ଲାସ୍ ସହ କୋଚିଂ ସେଣ୍ଟର ଯୋଗାଇଦେବାକୁ ମଧ୍ୟ ଯୋଜନା କରିଛନ୍ତି ।

ହୃଦାନନ୍ଦଙ୍କ ଏହି ଯୋଜନାକୁ ସରକାର ଅନୁମତି ଖାଲି ଦେଇନାହାନ୍ତି ତାଙ୍କର ଉଦ୍ୟମକୁ ପ୍ରଶଂସା କରିଛନ୍ତି । ଅନ୍ୟପଟେ ହୃଦାନନ୍ଦଙ୍କ ଏହି ଉଦ୍ୟମକୁ ସ୍କୁଲର ପ୍ରଧାନ ଶିକ୍ଷକ ସମେତ ସମସ୍ତେ ପ୍ରଶଂସା କରିଛନ୍ତି । ତାଙ୍କର ଏହି ଉଦ୍ୟମ ଅନ୍ୟ ଯୁବକମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି ବୋଲି ସେ କହିଛନ୍ତି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.